ଢେଙ୍କାନାଳର ସେଲଟର ହୋମ୍‌ରେ ଚଢ଼ାଉ, ଅନ୍ତେବାସୀଙ୍କୁ ଅସଦାଚରଣ ଅଭିଯୋଗ

ଢେଙ୍କାନାଳ : ବେଲଟିକିରି ସ୍ଥିତ ସେଲଟର ହୋମରେ ଚଢ଼ାଉ । ସିଡବ୍ଳ୍ୟୁସି ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଡ୍ରିମ୍‌ ହୋମ୍‌ ସେଣ୍ଟରରେ ଚଢ଼ଉ କରିଛନ୍ତି । କେନ୍ଦ୍ରର ପରିଚାଳକ ଓ ପ୍ରତିଷ୍ଠାତାଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ ଆଣିଛନ୍ତି ଅନ୍ତେବାସୀ । ଗୁଡ୍‌ ନ୍ୟୁଜ ଇଣ୍ଡିଆ ପରିଚାଳିତ ଏହି କେନ୍ଦ୍ରରେ ୯୪ଜଣ ପିଲା ରହୁଥିଲେ । ଏହି କେନ୍ଦ୍ରକୁ ଜିଲ୍ଲା ପ୍ରଶାସନ ଅନୁମତି ଦେଇନଥିବା ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କହିଛନ୍ତି ।

ଏପଟେ ବାଲିଅନ୍ତା ଥାନା ଅନନ୍ତପୁର ଗଡ଼ ନିକଟରେ ଡ୍ରିମ ହୋମ ସେଣ୍ଟର ମୁଖ୍ୟ ଶାଖାରେ ଉତ୍ତେଜନା ପ୍ରକାଶ ପାଇଛି । ଟାୟାର ଜାଳି ସ୍ଥାନୀୟ ଲୋକେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପାହାଳ ଫାଣ୍ଡି ଅଧିକାରୀ ଓମ୍‌ ପ୍ରକାଶ ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.