ବାହାରୁ କବାଡିଖାନା ଭିତରେ ନକଲି ବିଦେଶୀ ମଦ କାରଖାନା, ବିପୁଳ ସାମଗ୍ରୀ ସହ ୨ ଅଟକ

ମୟୂରଭଞ୍ଜ : କବାଡିଖାନା ଭିତରେ ନକଲି ବିଦେଶୀ ମଦ କାରଖାନା । ବାହାରୁ ଦେଖିଲେ ଲାଗୁଛି କବାଡିଖାନା, କିନ୍ତୁ ଭିତରେ ଚାଲିଛି ମଦ ତିଆରି । ମୟୂରଭଞ୍ଜ ଖୁଣ୍ଟା ଥାନା ଅବକାରୀ ବିଭାଗ କାର୍ଯ୍ୟାଳୟ ଠାରୁ ମାତ୍ର ଶହେ ମିଟର ଦୂରରେ ଚାଲିଥିଲା କାରଖାନା ।

ବିଶେଷ ସୁତ୍ରରୁ ଖବର ପାଇ ଗତକାଲି ବିଳମ୍ବିତ ରାତିରେ କାରଖାନାରେ ଚଢଉ କରିଛି ଖୁଣ୍ଟା ପୋଲିସ । ଚଢଉ ବେଳେ ବିପୁଳ ପରିମାଣର ମଦ ସହ ଫାଙ୍କା ବିଦେଶୀ ମଦ ବୋତଲ, ସ୍ପିରିଟ, ରଙ୍ଗ,ଅପମିଶ୍ରିତ ସାମଗ୍ରୀ ଓ ତିନି ଗୋଟି ସ୍ପିରିଟ୍‌ ଜାର ଜବତ ସହ ଦୁଇ ଜଣଙ୍କୁ ଅଟକ ରଖିଛି । ଘଟଣାର ଅଧିକ ଖୋଳତାଡ ଜାରି ରଖିଛି ପୋଲିସ୍‌ ।

Leave A Reply

Your email address will not be published.