ଓରଟେଲ ଅଫିସରେ ରେଡ଼୍ ! ପୋଲିସ ତଦନ୍ତରେ ୨୭ଟି ସୋନି ସେଟଅଫ୍ ବକ୍ସ ଓ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର

ଭୁବନେଶ୍ବର :ସୋନି କମ୍ପାନୀର ଅଭିଯୋଗ ପରେ ଓରଟେଲର ଅଫିସରେ ଆଜି ରେଡ଼୍ ପଡ଼ିଛି। ପୋଲିସର ତନାଘନା ପରେ ଭୁବନେଶ୍ୱର ଓରଟେଲ ଅଫିସରୁ ୨୭ଟି ସୋନି ସେଟଅଫ୍ ବକ୍ସ ଓ ବହୁ ଗୁରୁତ୍ୱପୁର୍ଣ୍ଣ କାଗଜପତ୍ର ଜବତ କରିଛି । ଦୀର୍ଘଦିନ ଧରି ସୋନିକୁ ଓରଟେଲ ଠକି ଚାଲି ଆସିଥିବା ବେଳେ ବିବାଦ ସମ୍ବନ୍ଧୀୟ ଅନେକ ତଥ୍ୟ ତଦନ୍ତକାରୀଙ୍କୁ ମିଳିଥିବା ଟିମ୍ ସୂତ୍ରରୁ ପ୍ରକାଶ ପାଇଛି । ଏସବୁ ତଥ୍ୟକୁ ଭିତ୍ତି କରି ତଦନ୍ତ ଆଗକୁ ବଢ଼ିବା ସହ ଓରଟେଲ ପାଇଁ ବହୁ ଅସୁବିଧାର ସମ୍ନା କରିବାକୁ ପଡ଼ିବୋ ବୋଲି ଜଣାପଡ଼ୁଛି ।

ସୂଚନା ଅନୁଯାୟୀ , ସୋନି ନେଟ ଓ୍ଵାର୍କର ବ୍ରଡ କାଷ୍ଟର ପ୍ରଚାର ପ୍ରସାର ମୁଖ୍ୟଙ୍କ ଓରଟେଲ ଉପରେ ସିଧାସଳଖ ଅଭିଯୋଗ କରିଛନ୍ତି । ବିନା କୌଣସି ଦେୟରେ ସୋନିର ବିଭିନ୍ନ ଚ୍ୟାନେଲକୁ ପ୍ରସାରିତ ଓରଟେଲ କରୁଥିଲା । ଏମିତିକି କର୍ତ୍ତୃପକ୍ଷଙ୍କର ତାଗିଦକୁ ମଧ୍ୟ ବେଖାତିରି କରିଚାଲିଥିଲା ଓରଟେଲ କଂପାନୀ ।ସୋନି ଚ୍ୟନେଲର ଅଭିଯୋଗ ପରେ କମିଶନରେଟ ପୋଲିସ ତନାଘନା ତଦନ୍ତ ଆରମ୍ଭ କରିଛି । ପୋଲିସର ଏକ ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ଓରଟେଲ ଅଫିସ୍ରେ ପହଂଚି ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି ।

ଏପରିକି ଓରଟେଲ କଂପାନୀ ବାରମ୍ବାର କପି ରାଇଟ୍ ଆକ୍ଟ ଉଲ୍ଲଘଂନ କରିଥିବା ମଧ୍ୟ ପୋଲିସକୁ ସୂଚନା ମିଳିଛି । ଦିନ ସାରା ଏ ବାବାଦରେ ଅନୁସନ୍ଧାନ କରିବା ପରେ ପୋଲିସର ସ୍ୱତନ୍ତ୍ର ତଦନ୍ତକାରୀ ଟିମ୍ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛି । ଚଢ଼ାଉପରେ ଓରଟେଲର ଅଫିସରୁ ୨୭ଟି ସୋନି ସେଟ ଅଫ୍ ବକ୍ସ କୁ ଜବତ କରାଯାଇଛି। କିନ୍ତୁ ଓରଟେଲ କର୍ତ୍ତୃପକ୍ଷ ତଦନ୍ତକାରୀ ଟିମ୍ ଆଗରେ ନିଜକୁ ନିର୍ଦ୍ଦୋଷ ପ୍ରମାଣିତ କରିବାକୁ ପ୍ରୟାସ କରୁଥିବା ଜଣାପଡ଼ିଛି । ତେବେ ପୋଲିସର ତଦନ୍ତ ପ୍ରକ୍ରିୟା ଯେଉଁ ଭଳି ଭାବେ ଆଗେଇ ଚାଲିଛି ଓରଟେଲ ଏହି ଅଭିଯୋଗରେ କାଠଗଢାରେ ଚିଠା ହେବା ଏକପ୍ରକାର ନିଶ୍ଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.