ରାଜ୍ୟ

ମଉଳି ଯିବକି ସଂଜୀବଙ୍କ ସ୍ବପ୍ନ: ଆଜକୁ ପ୍ରାୟ ୧୫ ବର୍ଷ ହେଲା ଅଣ୍ଟା ସଳଖି ହୋଇ ପାରୁନାହାନ୍ତି ଠିଆ, ସହାୟତାକୁ ଅପେକ୍ଷା

ରାଇକିଆ: ଆଶା ଥିଲା ଭଲ ପାଠ ପଢିବେ ଓ ବାପା ମାଁଙ୍କ ନାମ ରଖିବେ । ହେଲେ ଆଶା ଆଶାରେ ହିଁ ରହିଗଲା । କିଏ ଜାଣିଥିଲା ସାଙ୍ଗ ସାଥିଙ୍କ ସହ ସ୍କୁଲ୍ ରେ ଖେଳିବା ସମୟରେ ଘଟିବ ଏମିତି ଅଘଟଣ ଯାହା ତାଙ୍କ ଜୀବନକୁ ପୁରା ବଦଳାଇଦେବ । ଏହେଉଛି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଳକ ସୁଗଡବାଡି ପଂଚାୟତର ଲେଙ୍ଗୁରମାହା ଗ୍ରାମର ସଂଜୀବ ନାୟକଙ୍କ କଥା ।

ବାପା ମାାଁର ଏକ ମାତ୍ର ପୁଅ ସଂଜୀବ । ବୟସ ପାଖାପାଖି ୩୦ ହେବ । ଆଜକୁ ପ୍ରାୟ ୧୫ ବର୍ଷ ତଳେ ୧୦ମ ଶ୍ରେଣୀରେ ପାଠ ପଢୁଥିବା ସମୟରେ ସାଙ୍ଗ ସାଥିଙ୍କ ସହ ସ୍କୁଲ୍‌‌ରେ ଖେଳୁଥିବା ସମୟରେ ହଠାତ୍ ପଡି ଯାଇଥିଲେ । ଯାହାପରେ ଅଆଉ ସଳଖୀ ଠିଆ ହୋଇପାରିନଥିଲେ ସଂଜୀବ। କହିବାକୁ ଗଲେ ସଂଜୀବଙ୍କ ଅଟାଂରେ ସାମାନ୍ଯ ଆଘାତ ଲାଗିଥିଲା କିନ୍ତୁ ସମୟ କ୍ରମେ ଧିରେ ଧିରେ ଯନ୍ତ୍ରଣା ଅଧିକ ହେବାକୁ ଲାଗିଲା । ଯାହାପରେ ପ୍ରଥମେ ତାଙ୍କୁ ଫୁଲବାଣୀ ମେଡିକାଲ୍‌ ଓ ପରେ ବ୍ରହ୍ମପୁର ମେଡିକାଲ୍‌‌ ନେଇ ପରୀକ୍ଷା ନିରିକ୍ଷା କରିଥିଲେ ପରିବାର ଲୋକେ ।

ଡାକ୍ତ କହିଲେ ଅପରେସନ୍‌‌ ହେଲେ ସଂଜୀବ ଭଲ ହୋଇଯିବେ । କିନ୍ତୁ ଭାଗ୍ଯର ବଡମ୍ବନା ଅର୍ଥ ଅଭାବରୁ ପରିବାର ଲୋକ ତାଙ୍କୁ ଘରକୁ ଫେରାଇ ଆଣିଲେ। ସଂଜୀବଙ୍କ ପରିବାର କହିଲେ ବାପା ମାଁ । କିନ୍ତୁ ଦୁଃଖର କଥା ବାପା ଜଣେ ମଦ୍ୟପ ହୋଇଥିବାରୁ, ମାଁ ହିଁ ସଂଜୀବଙ୍କୁ ଖୁଆଇବା ପିଆଇବା ଠାରୁ ଆରମ୍ଭ କରି ସମସ୍ତ ଦୈନନ୍ଦିନ କାମ କରିଥାନ୍ତି । ନିଜର ଜମିବାଡି ନଥିବାରୁ ବାଧ୍ଯ ହୋଇ ଦିନ ମଜୁରି କାମ କରି ପରିବାର ପ୍ରତିପୋଷଣ କରୁଛନ୍ତି । ଟଙ୍କାର ଘୋର ଅଭାବ ଯୋଗୁଁ ପୁଅକୁ ଆଜି ପର୍ଯ୍ଯନ୍ତ ‘ଅପରେସନ୍‌ କରିପାରୁ ନାହାନ୍ତି ସେ । ଯାହାଫଳରେ ସହାୟତା ପାଇଁ ସରକାରଙ୍କୁ ଆକୁଳ ନିବେଦନ କରିଛନ୍ତି ସଂଜୀବଙ୍କ ମାଁ ।

ସଂଜୀବ ଗରୀବ ଶ୍ରେଣୀର ପିଲାଟି ହୋଇଥିଲେ ମଧ୍ୟ ପିଲାଟି ବେଳୁ ଭଲ ପାଠ ପଢିବା ସାଙ୍ଗକୁ ସମସ୍ତଙ୍କ ପ୍ରତି ତାଙ୍କର ଆଚାର ବ୍ଯବହାର ଖୁବ୍ ଭଲ । ତେବେ ଦୀର୍ଘ ବର୍ଷ ଧରି ଅଟାଂରେ ମାଡ ହୋଇଥିବାରୁ ମେରୁଦଣ୍ଡଟିର ଅପରେସନ୍‌ ପାଇଁ ଯଦି ସରକାର କିମ୍ବା କେହି ସହ୍ରୁଦୟ ବ୍ଯକ୍ତି ତାଙ୍କୁ ସହଯୋଗ କରନ୍ତି, ତେବେ ଭଲ ହୋଇ ପୂର୍ବ ପରି ସେ ନିଜର ଭବିଷ୍ଯତ ଗଢି ତୋଳିବା ସହିତ ପରିବାରର ବୋଝ ଉଠାଇବା ପାରନ୍ତେ ।

ରାଇକିଆରୁ ସୁସା ଦଳେଇଙ୍କ ରିପୋର୍ଟ

Sonalisa

Recent Posts

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

8 mins ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

19 mins ago

ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍

ଭୁବନେଶ୍ୱର(କେନ୍ୟୁଜ୍‌): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ। ଶପଥ ଗ୍ରହଣ କରିଛନ୍ତି ମୋହନ ମାଝୀଙ୍କ ଟିମ୍। ଦୁଇ ଉପମୁଖ୍ୟମନ୍ତ୍ରୀ। ୮ କ୍ୟାବିନେଟ…

37 mins ago

ସମୟ ସିନା ବଦଳିଛି ହେଲେ ସେମିତି ଅବିଚଳିତ ନବୀନ ପଟ୍ଟନାୟକ

ଭୁବନେଶ୍ୱର(କେନ୍ୟୁଜ୍‌): ମୁହଁରେ ସେହି ସବୁବେଳର ଭାବ । ବିଜେପି ସରକାରଙ୍କ ଶପଥ ଗ୍ରହଣ ମଞ୍ଚରେ ସେମିତି ଅବିଚଳିତ ଥିଲେ ନବୀନ…

47 mins ago

ରକ୍ତ ଚନ୍ଦନ ପ୍ୟାକ୍‌ ମୁହଁରୁ ଦାଗ ଦୂର କରିବାରେ ଅନେକ ସାହାଯ୍ୟ କରେ, ଏହି ୨ଟି ଉପାୟରେ କରନ୍ତୁ ବ୍ୟବହାର ସମସ୍ୟାରୁ ମିଳିବ ମୁକ୍ତି

ଚନ୍ଦନ କାଠର ଉପକାରିତା ବିଷୟରେ ଆପଣ ସମସ୍ତେ ଜାଣିଥିବେ । ଏହା ସମସ୍ତ କାମ ପାଇଁ ବେଶ୍‌ ଲାଭଦାୟକ ହୋଇଥାଏ…

2 hours ago

ରାଜସ୍ଥାନରୁ ଚୋରା ଚାଲାଣ କରି ଅଣାଯାଇଥିବା ୧୯ ଓଟ ଜବତ, ୪ ଆନ୍ତଃରାଜ୍ୟ ବେପାରୀ ଗିରଫ

ବିହାରର ଗୋପାଳଗଞ୍ଜରେ ଓଟ ଚୋରା ଚାଲାଣ କରୁଥିବା ଏକ ବଡ଼ ର‍୍ୟାକେଟ୍‌ ଧରାପଡ଼ିଛି । ପୋଲିସ ଏଠାରେ ଚଢ଼ାଉ କରି…

2 hours ago