ଯାତ୍ରୀଙ୍କ ସୁରକ୍ଷାରେ ଚରମ ଅବହେଳା : ରେଳ ଯାଉଥିବା ବେଳେ ଫାଟକ ଖୋଲା

ପୁରୀ (କେନ୍ୟୁଜ୍) : ଫାଟକ ଖୋଲା ରହିଥିବା ବେଳେ ଯାଉଛି ରେଳ। ଟ୍ରେନ ଆସିବା ପୂର୍ବରୁ ଫାଟକରେ ଥିବା କର୍ମଚାରୀ ସଙ୍କେତ ଦେବା କଥା। କିନ୍ତୁ ସବୁ ନୀତିନିୟମକୁ ବେଖାତିର କରି ହାଟିଆ- ପୁରୀ ତପସ୍ୱୀନି ଏକ୍ସପ୍ରେସ ଯାଉଥିବା ବେଳେ ପୁରୀର ସିଦ୍ଧମହାବୀର ରେଳ ଫାଟକ ଖୋଲା ରହିଥିଲା। ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛି ପୂର୍ବତଟ ରେଳବାଇ କର୍ତ୍ତୃପକ୍ଷ। ୨୪ ଘଣ୍ଟାରେ ରିପୋର୍ଟ ଦେବାକୁ ପୁରୀ ଡିଆରଏମଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ହାଟିଆ- ପୁରୀ ତପସ୍ୱୀନି ଏକ୍ସପ୍ରେସ ପୁରୀରୁ ଯାଉଥିବା ବେଳେ ରେଳ ଫାଟକ ଖୋଲା ରହିଥିଲା।