କୋରାପୁଟ: ଦୁର୍ଘଟଣାରେ ମୃତ୍ୟୁକୁ ନେଇ ରେଳରୋକ, ଅଟକିଲା କୋରାପୁଟ-ସମ୍ବଲପୁର ପାସେଞ୍ଜର ଟ୍ରେନ୍‌

ଦୁର୍ଘଟଣାରେ ମୃତ୍ୟୁକୁ ନେଇ ଉତ୍ତେଜନା। କୋରାପୁଟ ବାରିଗୁଡାରେ ଟ୍ରେନ୍‌ ଧକ୍କାରେ ଲିଟିଗୁଡାର ଅମିର ବେନିୟା ନାମକ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଏହାପରେ କ୍ଷତିପୂରଣ ଦାବିରେ ଗାଁଲୋକେ ଦାମନଯୋଡି ନିକଟ ରେଳଷ୍ଟେସନରେ ରେଳରୋକ କରିଥିଲେ। ଫଳରେ ଦୀର୍ଘ ସମୟ ଧରି କୋରାପୁଟ-ସମ୍ବଲପୁର ପାସେଞ୍ଜର ଟ୍ରେନ୍‌ ଅଟକି ରହିଥିଲା। ଘଟଣାସ୍ଥଳରେ ପୋଲିସ ଓ ଆଡିସନାଲ ତହସିଲଦାର ପହଞ୍ଚି କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେବା ପରେ ରେଳରୋକ ପ୍ରତ୍ୟାହୃତ ହୋଇଥିଲା। ମୃତଦେହ ସତ୍କାର ପାଇଁ ରେଡକ୍ରସ ପାଣ୍ଠିରୁ ୧୦ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହାପରେ ରେଳ ଚଳାଚଳ ସ୍ୱାଭାବିକ ହୋଇଥିଲ