ଟ୍ରେନରୁ ଲୋକ ପାଇଲଟ ନିଖୋଜ, କାରଣ ଅସ୍ପଷ୍ଟ

ଟିଟିଲାଗ: ଲୋକ ପାଇଲଟ ନିଖୋଜ । ଟ୍ରେନରୁ ନିଖୋଜ ହୋଇଯାଇଛନ୍ତି ଲୋକୋ ପାଇଲଟ୍ ରଙ୍ଗ ବହାଦୁର ସିଂ । ଟିଟିଲାଗଡ଼ରୁ କଣ୍ଟାବାଞ୍ଜି ରେଳ ଷ୍ଟେସନକୁ ବିଶାଖାପାଟନମ ଦୁର୍ଗ ଏକ୍ସପ୍ରେସରେ ଯାଉଥିବା ସମୟରେ ବାଟରେ ନିଖୋଜ ହୋଇଯାଇଛନ୍ତି । କଣ୍ଟାବାଞ୍ଜିରେ ଡ୍ୟୁଟି ରେ ଯୋଗ ନଦେବାରୁ ଟିଟିଲାଗଡ଼ RPFରେ ଅଭିଯୋଗ ହୋଇଥିଲା । ଏହାପରେ ଟିଟିଲାଗଡ଼ ରେଳବାଇ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି । ତେବେ ତାଙ୍କୁ କିଏ ଅପହରଣ କରିନେଇଛି ନା ସେ ନିଜେ କେଉଁଆଡ଼େ ଚାଲିଯାଇଛନ୍ତି ସେନେଇ କାରଣ ଅସ୍ପଷ୍ଟ ରହିଛି ।