ରାଜ୍ୟରେ କାଲିଠୁ ପୁଣି ବର୍ଷା ସମ୍ଭାବନା, ୨୪, ୨୫ ଦୁଇଦିନ ବର୍ଷା
କାଲିଠୁ ପୁଣି ବର୍ଷା । ଡିସେମ୍ବର ୨୪ ଓ ୨୫ ତାରିଖରେ ରାଜ୍ୟରେ ପୁଣି ବର୍ଷା ହେବ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ସୁଦୃଶ୍ୟ ଲଘୁଚାପ କ୍ଷେତ୍ର ସକ୍ରିୟ ରହିଛି । ଏହା ପ୍ରଭାବରେ ଆସନ୍ତାକାଲିଠୁ ରାଜ୍ୟରେ ପୁଣି ବର୍ଷା ହେବ । ବର୍ଷା ସାଙ୍ଗକୁ କଲବଲ କରିବ ଘନ କୁହୁଡି ।
୨୪ ଓ ୨୫ ତାରିଖରେ ଉପକୂଳ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଥିବା କହିଛନ୍ତି ଭାରତୀୟ ପାଣିପାଗ ବିଜ୍ଞାନୀ ଡକ୍ଟର ଉମାଶଙ୍କର ଦାସ । ଆକାଶ ମେଘୁଆ ସାଙ୍ଗକୁ ବର୍ଷା ହେବ । ରାଜ୍ୟରେ ଗତ ଶୁକ୍ରବାର ଓ ଶନିବାର ଦୁଇଦିନ ଧରି ବର୍ଷା ଯୋଗୁ ହଜାର ହଜାର ହେକ୍ଟର ଚାଷଜମିରେ ପାଣି ଜମିରହିଛି ।
କିଛି ସ୍ଥାନରେ ଧାନ ଗଜା ହେବା ଆଶଙ୍କା ରହିଛି । ଆଉ ଯାହା ଅଛି ଆଗାମୀ ଲଘୁଚାପ ବର୍ଷା ଉଜାଡି ଦେବ ବୋଲି କହିଛନ୍ତି ଚାଷୀ । ଏପେଟ ରାଜ୍ୟରେ ବର୍ଷା ଛାଡିବା ପରେ ଶୀତ ଫେରିଛି । ରାତି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି ।