ଦୁଇ ଦିନ ପରେ ପୁଣି ଆରମ୍ଭ ହେବ ଘଡ଼ଘଡି ବର୍ଷା ! ତାତିରୁ ମିଳିବ ତ୍ରାହି

ଭୁବନେଶ୍ୱର : ତାତିରୁ ମିଳିବ ତ୍ରାହି । ଦୁଇ ଦିନ ପରେ ପୁଣି ଆରମ୍ଭ ହେବ ଘଡଘଡି ବର୍ଷା । ଆଜିଠାରୁ କାଲି ସକାଳ ପର୍ଯ୍ୟନ୍ତ ରାଜ୍ୟର କିଛି ସ୍ଥାନରେ ଅଳ୍ପ ବର୍ଷା ସମ୍ଭାବନା ଅଛି । ମୟୂରଭଞ୍ଜ, ବାଲେଶ୍ବର, ରାୟଗଡା, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ହାଲୁକା ଧରଣର ବଷା ହୋଇପାରେ । ସେହିପରି କାଲି କେବଳ କୋରାପୁଟ, ରାୟଗଡା ଏବଂ ଗଜପତି ଏହି ୩ ଜିଲ୍ଲାରେ ହାଲୁକା ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।
ଏହାପରେ ୨୭ ତାରିଖରୁ ବଢିବ ବର୍ଷା ବିସ୍ତୃତି । ୨୭ ତାରିଖରେ ୨୩ଟି ଜିଲ୍ଲାରେ ଘଡଘଡି ସହ ବର୍ଷା ହେବ । ଏହି ୨୩ ଜିଲ୍ଲାକୁ ୟୋଲୋ ଆଲର୍ଟ ଜାରି ହୋଇଛି । ୨୩ ଜିଲ୍ଲା ମଧ୍ୟରୁ ୪ ଜିଲ୍ଲା କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଏବଂ ବାଲେଶ୍ବରରେ ବର୍ଷା ସହ ପବନ ବହିପାରେ । ଘଣ୍ଟା ପ୍ରତି ୪୦ ରୁ ୫୦ କିଲୋମିଟର ବେଗରେ ପବନ ବହିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୨୮ ତାରିଖରେ ଘଡଘଡି ସହ ବର୍ଷା ପାଇଁ ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।