ଦୁର୍ବଳ ପଡ଼ିଲା ଲଘୁଚାପ: ଆଜିଠୁ କମିବ ବର୍ଷାର ପରିମାଣ

ଭୁବନେଶ୍ବର(କେନ୍ୟୁଜ୍):ଆଜିଠୁ କମିବ ବର୍ଷା ବିସ୍ତୃତି । ଦୁର୍ବଳ ପଡ଼ିଲା ଲଘୁଚାପ । ଏହାସହିତ ଜଡିତ ଘୂର୍ଣ୍ଣିବଳୟ ଆନ୍ଧ୍ର ଉପକୂଳରେ ବାୟୁମଣ୍ଡଳର ୩.୧ କିଲୋମିଟର ଯାଏଁ ସକ୍ରିୟ ରହିଛି । ଏନେଇ ସୂଚନା ଦେଇଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜିଠୁ ରାଜ୍ୟରେ ବର୍ଷାର ବିସ୍ତୃତି କମିବ । ଆସନ୍ତା ୨୪ ଘଣ୍ଟା ପାଇଁ ପ୍ରବଳ ବର୍ଷା ନେଇ ୧୬ ଜିଲ୍ଲାକୁ ଜାରି ହୋଇଛି ୟେଲୋ ଓ୍ଵାର୍ଣ୍ଣିଂ । ଉପକୂଳ ଓ ଦକ୍ଷିଣ ଓଡ଼ିଶା ଜିଲ୍ଲାର କିଛି ସ୍ଥାନରେ ୭ରୁ ୧୧ ମିଲିମିଟର ବର୍ଷା ହୋଇପାରେ ।

ଆସନ୍ତାକାଲି ପାଇଁ ୩ ଜିଲ୍ଲା ପୁରୀ, ଗଞ୍ଜାମ ଓ ଗଜପତିକୁ ୟେଲୋ ସତର୍କତା ଦିଆଇଛି । ଲଘୁଚାପ ଦୁର୍ବଳ ହେବା ପରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବା ସହ ଆନ୍ଧ୍ର ଉପକୂଳ ମୁହାଁ ହେଉଛି । ଲଘୁଚାପ ପ୍ରଭାବରେ ରାଜ୍ୟରେ ଦୁଇ ଦିନ ତୁହାକୁ ତୁହା ବର୍ଷା ହୋଇଥିଲା । ସକ୍ରିୟ ମୌସୁମୀ ତଥା ଲଘୁଚାପ ପ୍ରଭାବରେ ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪.୯ ମିଲିମିଟିର ବର୍ଷା ରେକର୍ଡ କରିଛି ପାଣିପାଗ ବିଭାଗ । ଯାହା ସ୍ୱାଭାବିକ ବର୍ଷା ୫.୮ ମିଲିମିଟର ତୁଳନାରେ ୩୨୯ ପ୍ରତିଶତ ଅଧିକ । ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୭୧.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.