ପୁଣି ଫେରିବ ପଶ୍ଚିମା ଝଡ଼, ୧୫ରୁ ପୁଣି ବର୍ଷା

ରାଜ୍ୟରେ ୧୫ ତାରିଖରେ ମେଘୁଆ ପାଗ ରହିବା ସହ ୧୬ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ବର୍ଷାର ମାତ୍ରା ଅଧିକ ରହିବ । ଆଜିଠୁ ତାପମାତ୍ରା ବଢ଼ିବ

କେନ୍ୟୁଜ୍(ବ୍ୟୁରୋ): ୧୫ରୁ ପୁଣି ବର୍ଷା ସମ୍ଭାବନା । ପୁଣି ଫେରିବ ପଶ୍ଚିମା ଝଡ଼ । ୧୫ରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ଆକାଶ ମେଘୁଆ ରହିବ । ବର୍ଷା ହେବ ଓ ତାପମାତ୍ରା କମିବ । ଆକଳନ କରାଯାଉଛି, ରାଜ୍ୟରେ ୧୫ ତାରିଖରେ ମେଘୁଆ ପାଗ ରହିବା ସହ ୧୬ ତାରିଖରୁ ବିଭିନ୍ନ ସ୍ଥାନରେ ବର୍ଷା ହୋଇପାରେ । ୧୮ ଓ ୧୯ ତାରିଖରେ ବର୍ଷାର ମାତ୍ରା ଅଧିକ ରହିବ । ଆଜିଠୁ ତାପମାତ୍ରା ବଢ଼ିବ । ୧୫ ତାରିଖ ବେଳକୁ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହୋଇପାରେ । ଫଳରେ ପାଣିପାଗରେ ପରିବର୍ତ୍ତନ ହୋଇପାରେ । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like