ବଦଳି ଗଲା ପାଣିପାଗ; ରାଜଧାନୀରେ ବର୍ଷା, ଆଉ କେଉଁଠି ଓ କେତେଦିନ ବର୍ଷିବ ଜାଣି ନିଅନ୍ତୁ

ଭୁବନେଶ୍ୱର (କେନ୍ୟୁଜ୍) : ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର କିଛି ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇ ଯାଇଛି । ଭୁବନେଶ୍ୱରରେ ସାରା ଦିନ ମେଘୁଆ ପାଗ ରହିବା ପରେ ଅପରାହ୍ନ ସାଢ଼େ ୪ଟାରୁ ବର୍ଷା ଆରମ୍ଭ ହୋଇଯାଇଥିଲା । ତେବେ ପ୍ରାୟ ଅଧଘଣ୍ଟାଏ ପରେ ଜୋର୍ରେ ବର୍ଷିଥିଲା ।
ପୂର୍ବରୁ ଏନେଇ ପାଣିପାଗ ବିଭାଗ ଘୋଷଣା କରିଥିଲା । ତିନିରୁ ଚାରି ଦିନ ଯାଏ କିଛି ଅଞ୍ଚଳରେ ବର୍ଷା ହେବ । ପଶ୍ଚିମ ପଟେ ଏକ ନିମ୍ନ ଚାପ ସୃଷ୍ଟି ହୋଇଛି । ତାରି ପ୍ରଭାବରେ ବର୍ଷା ହେଉଛି । ଯାଜପୁର, କେନ୍ଦୁଝର, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ାରେ ଏହି ବର୍ଷାର ସମ୍ଭାବନା ରହିଛି । ଅବଶ୍ୟ ଏସବୁ ଜାଗାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ତରଫରୁ ସୂଚନା ଦିଆଯାଇଛି । ୩୦ ତାରିଖରେ କେନ୍ଦୁଝର, ବାଲେଶ୍ୱର ଓ ମୟୁରଭଞ୍ଜରେ ବର୍ଷା ରହିବ । ଯାହା ଫଳରେ ଏସବୁ ଜାଗାରେ ଶୀତର ପ୍ରକୋପ ବଢ଼ିବ । ତାପମାତ୍ର ୨ରୁ ତିନି ଡିଗ୍ରୀ ଯାଏ ବୃଦ୍ଧି ପାଇବ ।