ପ୍ରବଳ ବର୍ଷାରେ କଟକ ସହର ଜଳବନ୍ଦୀ : ସମସ୍ତ ସ୍କୁଲକୁ ଛୁଟି ଘୋଷଣା

କଟକ : ପ୍ରବଳ ବର୍ଷାରେ କଟକ ସହର ଜଳବନ୍ଦୀ । ଗତକାଲିଠାରୁ ଲଗାଣ ବର୍ଷାରେ ସହରର ହାଲ୍ ବେହାଲ୍ । ଚାରିଆଡ଼େ ଖାଲି ପାଣି ଆଉ ପାଣି । ବାଦାମବାଡ଼ି ବସଷ୍ଟାଣ୍ଟ ପରିସରରେ ପାଣି ଜମି ରହିଛି । ଗଳି କନ୍ଦିରେ ଲହଡି ମାଡୁଛି ବର୍ଷା ପାଣି । ନାଳ ନର୍ଦ୍ଦମାର ଆବର୍ଜନା ପାଣି ରାସ୍ତାରେ ପ୍ରବାହିତ ହେଉଛି । ଫଳରେ ଲୋକମାନେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗତକାଲି ରାତିରୁ ବର୍ଷା ଅନବରତ ବର୍ଷିବାରେ ଲାଗିଛି। ଫଳରେ ଆଜି ସହରର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କରାଯାଇଛି । କଟକ ସହରରେ ୫୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ବିଭିନ୍ନ ସ୍ଥାନରେ ୧୯୦ଟି ପମ୍ପ ଲାଗି ଜଳ ନିଷ୍କାସନ କରାଯାଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.