ଗଜପତି: ଗଜପତିରେ ଭୂସ୍ଖଳନ । ବାତ୍ୟା ମୋନ୍ଥା ପ୍ରଭାବରେ ପ୍ରଥମ ଭୂସ୍ଖଳନର ଚିତ୍ର ସାମ୍ନାକୁ ଆସିଛି । ‘ମୋନ୍ଥା’ ପ୍ରଭାବରେ ଗଜପତି ଜିଲ୍ଲାରେ ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ଫଳରେ କାଶୀନଗର ବ୍ଳକ ପାର୍ତ୍ତଡା ପଂଚାୟତ ଲିଙ୍ଗା ନିକଟରେ ଭୂସ୍ଖଳନ ହୋଇଛି । ପାହାଡ଼ରୁ ଖସିଛି ବଡ଼ବଡ଼ ପଥର ଖଣ୍ଡ ଓ ମାଟି ଅତଡ଼ା । ଫଳରେ ଲିଙ୍ଗା-ବାରଭା ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ପ୍ରଶାସନ ପକ୍ଷରୁ ରାସ୍ତା ସଫେଇ ଆରମ୍ଭ ହୋଇଛି ।
ଆହୁରି ପଢନ୍ତୁ : ମାଡ଼ି ଆସୁଛି ମୋନ୍ଥା, କାଲି ସଂଧ୍ୟାରୁ ରାତି ମଧ୍ୟରେ ଆନ୍ଧ୍ର ପ୍ରଦେଶର କାକିନାଡ଼ା ପାଖାପାଖି କରିବ ଲ୍ୟାଣ୍ଡଫଲ