ବର୍ଷାରେ ମାୟାନଗରୀ ବେହାଲ

Mumbai ମୁମ୍ବାଇ: ସହର ଭିତରେ ଲହଡ଼ି ମାରୁଛି ବର୍ଷାପାଣି। କେଉଁଠି ଆଣ୍ଠୁଏ ତ ଆଉ କେଉଁଠି ଅଣ୍ଟାଏରୁ ଅଧିକ ପାଣି ପ୍ରବାହିତ ହୋଇଛି। ବୁଡ଼ି ଯାଇଥିଲା ରାସ୍ତା ଉପରେ ରହିଥିବା ଗାଡ଼ିମୋଟର। ସହରର ବିଭିନ୍ନ ରାସ୍ତାରେ ବର୍ଷା ପାଣି ପ୍ରବାହିତ ହେଉଥିବାରୁ ଟ୍ରାଫିକ ସମସ୍ୟା ଗୁରୁତର ହୋଇଥିଲା। ଯିବା ଆସିବା କରିବାରେ ମୁମ୍ବାଇ ବାସିନ୍ଦା ଅସୁବିଧା ଭୋଗିଥିଲେ। କେତେକ ସ୍ଥାନରେ ଟ୍ରେନ୍ ଟ୍ରାକ୍ରେ ମଧ୍ୟ ଜମି ଥିଲା।

ଫଳରେ ବାଧାପ୍ରାପ୍ତ ହୋଇଥିଲା ଟ୍ରେନ୍ ଚଳାଚଳ। ମୁମ୍ବାଇରେ ଲଗାଣ ବର୍ଷା ଚାଲିଥିବାରୁ ସହରର ତଳି ଅଞ୍ଚଳର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। କୃତ୍ରିମ ବନ୍ୟାରେ ଉବୁଟୁବୁ ହୋଇଛି ମାୟାନଗରୀ ମୁମ୍ବାଇ। ମୁମ୍ବାଇ ସମେତ ଗୁଜୁରାଟ, ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ଭରୀ ବର୍ଷା ଆଲର୍ଟ ଜାରି କରାଯାଇଛି।

Leave A Reply

Your email address will not be published.