ମୌସୁମୀ ଛୁଇଁବା ପରେ ରାଜ୍ୟରେ ବର୍ଷା ସ୍ୱାଭାବିକ ରହିଛି, କିନ୍ତୁ କିଛି ସ୍ଥାନରେ ବର୍ଷୁଛି କିଛି ସ୍ଥାନରେ ନାହିଁ

କେନ୍ୟୁଜ୍(ବ୍ୟୁରୋ): ଆଗକୁ ବଢ଼ୁନି ମୌସୁମୀ । ୧୬ ଜୁନ୍‌ରେ ରାଜ୍ୟକୁ ମୌସୁମୀ ଛୁଇଁବା ପରେ ରାଜ୍ୟରେ ମୌସୁମୀ ବର୍ଷା ସ୍ୱାଭାବିକ ରହିଛି। କିନ୍ତୁ କିଛି ସ୍ଥାନରେ ବର୍ଷୁଥିବା ବେଳେ କିଛି ସ୍ଥାନରେ ଏପର୍ଯ୍ୟନ୍ତ ବର୍ଷା ପରିମାଣ ସ୍ୱାଭାବିକ ଠାରୁ କମ ରହିଛି । ରାଜ୍ୟରେ ମୌସୁମୀ ଛୁଇଁବା ପରଠାରୁ ୨୬ ତାରିଖ ମଧ୍ୟରେ ୯୪.୮ ମିଲିମିଟର ବର୍ଷା ହୋଇଛି । ଏହି ସମୟରେ ସ୍ୱାଭାବିକ ବର୍ଷା ୯୬.୧ ମିଲିମିଟର ହେବା କଥା । ବର୍ତ୍ତମାନ ଏକ ପ୍ରତିଶତ କମ୍‌ ବର୍ଷା ହୋଇଛି । ଏପଟେ ଆଜିଠାରୁ ୨୯ ତାରିଖ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡି ସହ ବର୍ଷା ସମ୍ଭାବନା ରହିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଆହୁରି ସକ୍ରିୟ ହେବ ମୌସୁମୀ ଜନିତ ବର୍ଷା।

ଆଜି ବରଗଡ଼, ନୂଆପଡ଼ା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ଭୁବନେଶ୍ୱର ଓ ଏହାର ଆଖପାଖ ଅ଼ଞ୍ଚଳରେ ପାଗ ମେଘୁଆ ରହିବ। ଏପଟେ ୧୫ ଜୁନ୍‌ରୁ ଆଜି ସୁଦ୍ଧା ରାଜ୍ୟରେ ୯୮.୩ ମିମି ବର୍ଷା ରେକର୍ଡ ହୋଇଛି । ଯାହା ଏହି ସମୟ ମଧ୍ୟରେ ସ୍ୱାଭାବିକ ବର୍ଷା ୯୪.୭ ତୁଳନାରେ ପାଖାପାଖି ୪ ପ୍ରତିଶତ ଅଧିକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.