ଦିନରେ ସିଝାଇଲା ସନ୍ଧ୍ୟାରେ ଭିଜାଇଲା, ୭୦ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ଘଡଘଡି ଓ ପବନ ସହ ବର୍ଷା

ଭୁବନେଶ୍ବର(କେନ୍ୟୁଜ): ତାତି ମଉଳାଇଲା ବୈଶାଖୀ ଝଡ। ଦିନରେ ସିଝାଇଲା। ସନ୍ଧ୍ୟାରେ ଭିଜାଇଲା। ପ୍ରବଳ ଗ୍ରୀଷ୍ମପ୍ରବାହରୁ ମିଳିଲା ରୁ ତ୍ରାହି । କାଳବୈଶାଖି ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡଘଡି ସହ ବର୍ଷା । ଟ୍ଵିନ ସିଟିରେ ବି ବହୁ ସମୟ ଧରି ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇଛି । ୭୦ ଦିନ ପରେ ଭିଜିଛି ରାଜଧାନୀ ଭୁବନେଶ୍ୱର । ଘଡଘଡି ଓ ପବନ ସହ ବର୍ଷା ହୋଇଛି । ଫଳରେ ଅସହ୍ୟ ଗରମ ଓ ଗୁୁଳୁଗୁଳିରୁ ମୁକ୍ତି ମିଳିଛି ।

କାଳବୈଶାଖୀ ବର୍ଷା ଯୋଗୁ ଗତକାଲି ମହାପ୍ରଭୁଙ୍କ ରାତି ଚାପ ହୋଇପାରିନଥିଲା। ଦକ୍ଷିଣ ତଥା ଦକ୍ଷିଣ-ପୂର୍ବ ଦିହରୁ ରାଜ୍ୟ ମଧ୍ୟକୁ ସାମୁଦ୍ରିକ ବାସୁ କ୍ରମାଗତ ଭାବେ ପ୍ରବେଶ କରୁଛି। ଜଳୀୟବାଷ୍ପପୂର୍ଣ୍ଣ ସାମୁଦ୍ରିକ ବାୟୁ ଉତ୍ତପ୍ତ ବାୟୁମଣ୍ଡଳ ସଂସ୍ପର୍ଶରେ ଆସି କାଳବୈଶାଖୀ ପ୍ରକ୍ରିୟାକୁ ଅଧିକ ସକ୍ରିୟ କରିଛି।

 

Leave A Reply

Your email address will not be published.