ପଶ୍ଚିମ-ଝଡ଼ର ପ୍ରଭାବ: ଓଡ଼ିଶାର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା

ପଶ୍ଚିମ-ଝଡ଼ର ପ୍ରଭାବରେ ଶନିବାର ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ସହ ଘଡଘଡି ବର୍ଷା ହୋଇଛି । ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ଅପରାହ୍ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି।

ଭୁବନେଶ୍ବର: ପଶ୍ଚିମ-ଝଡ଼ର ପ୍ରଭାବରେ ଶନିବାର ରାଜ୍ୟର କେତେକ ଅଞ୍ଚଳରେ ବିଜୁଳି ସହ ଘଡଘଡି ବର୍ଷା ହୋଇଛି । ବିଶେଷକରି ଉତ୍ତର ଓ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଆଜି ଅପରାହ୍ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ରେକର୍ଡ କରାଯାଇଛି।

ଏଥିସହିତ କଟକ ଓ ଭୁବନେଶ୍ୱରରେ ମଧ୍ୟ ବର୍ଷା ହୋଇଥିବା ଜଣାଯାଇଛି । ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଳିଛି। ଅଦିନିଆ ବର୍ଷା ଓ ବଜ୍ରପାତ କାରଣରୁ କୌଣସି କ୍ଷୟକ୍ଷତି ସଂପର୍କିତ ହସ୍ତଗତ ହୋଇନାହିଁ। ବର୍ଷା ଯୋଗୁଁ ଗରମରୁ ସାମାନ୍ୟ ଆଶ୍ବସ୍ତି ମିଳିଛି।

ସୂଚନା ଅନୁସାରେ ବାଲେଶ୍ଵର ଜିଲ୍ଲାରେ ଅପରାହ୍ଣ ସମୟରେ ମୁଷଳଧାରାରେ ବର୍ଷା ସହ ବଜ୍ରପାତ ହୋଇଛି। ମୟୂରଭଞ୍ଜ ଜିଲ୍ଲାର ବାରିପଦା ସମେତ ଭଦ୍ରକର କିଛି ସ୍ଥାନରେ ବର୍ଷା ରେକର୍ଡ କରାଯାଇଛି। ଜୟପୁର ଓ କୋରାପୁଟ ଜିଲ୍ଲାରେ ମଧ୍ୟ ସନ୍ଧ୍ୟା ୫ଟାରୁ ବର୍ଷା ଆରମ୍ଭ ହୋଇଥିବା ବେଳେ ନବରଂଗପୁର, ଚନ୍ଦାହାଣ୍ଡି ଓ ଝରିଗାଁରେ ମଧ୍ୟମରୁ ପ୍ରବଳ ବର୍ଷା ହୋଇଛି।

Leave A Reply

Your email address will not be published.