କମିଛି ବର୍ଷା : ଥମିନି ଦୁର୍ଦ୍ଦଶା,ବିଭିନ୍ନ ସ୍ଥାନରେ ସାଙ୍ଘାତିକ ଅବସ୍ଥା

ଭୁବନେଣ୍ବର: କମିଛି ବର୍ଷା। ଥମିନି ଦୁର୍ଦ୍ଦଶା। ୨ ଦିନର ଲଘୁଚାପ ଜନିତ ବର୍ଷାରେ ରାଜ୍ୟର ବିଭିନ୍ନ ସ୍ଥାନରେ ସାଙ୍ଘାତିକ ଅବସ୍ଥା। କଟକ ଓ ଭୁବନେଶ୍ୱରରେ ଲୋକଙ୍କ ଘରେ ବର୍ଷା ପାଣି ପଶିଥିବାରୁ ହୀନସ୍ତା ହୋଇଛନ୍ତି ଲୋକ। ବିଶେଷକରି ବସ୍ତି ବାସିନ୍ଦାଙ୍କ ଅବସ୍ଥା ଦୟନୀୟ। ସେପଟେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି କଟକ ଜିଲ୍ଳା ନରସିଂହପୁର ବ୍ଳକର ୧୦ରୁ ଅଧିକ ଗାଁ।
ନରସିଂହପୁର ଠାରୁ ନୂଆପାଟଣା ମୁଖ୍ୟ ରାସ୍ତା କାମ ଚାଲୁଥିବାବେଳେ ରାସ୍ତା ଧୋଇ ଯାଇଛି। ଫଳରେ ବାଧାପ୍ରାପ୍ତ ହୋଇଛି ଯାତାୟାତ । ନିମ୍ନମାନର କାମ ଯୋଗୁ ରାସ୍ତା ଧୋଇ ଯାଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ବାରମ୍ବାର ପ୍ରତିବାଦ କରିଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି।