ଆଜିଠୁ ରାଜ୍ୟରେ କମିବ ବର୍ଷାର ପରିମାଣ, ମୌସୁମୀ ସିିଜିନରେ ଜୁନ ୧ରୁ ଆଜି ସୁଦ୍ଧା ୧୧୫୩.୩ ମିମି ରେକର୍ଡ

ଭୁବନେଶ୍ୱର(କେନ୍ୟୁଜ୍): ଆଜିଠୁ ରାଜ୍ୟରେ କମିବ ଲଘୁଚାପ ପ୍ରଭାବ। କମିବ ବର୍ଷାର ପରିମାଣ ଓ ବସ୍ତତି। ମୌସୁମୀ ସିିଜିନରେ ରାଜ୍ୟରେ ଜୁନ ୧ରୁ ଆଜି ସୁଦ୍ଧା ରେକର୍ଡ ହୋଇଛି ୧୧୫୩.୩ ମିଲିମିଟର ବର୍ଷା । ଯାହାକି ସ୍ୱାଭାବିକ ବର୍ଷା ୧୦୯୯.୯ ମିଲିମିଟର ତୁଳନାରେ ୫ ପ୍ରତିଶତ ଅଧିକ । କନ୍ଧମାଳ ଜିଲ୍ଲାରେ ମୌସୁମୀ ଋତୁରେ ସର୍ବାଧିକ ୧୬୬୪.୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି ।

ସେହିପରି ଏଯାଏ ଭଦ୍ରକ ଜିଲ୍ଲାରେ ସର୍ବନିମ୍ନ ୮୩୭.୯ ମିଲିମିଟର ବର୍ଷା ହୋଇଛି । ଏହି ସମୟ ମଧ୍ୟରେ ୫ ଜିଲ୍ଲାରେ ଅଧିକ ବର୍ଷା ଓ ବାକି ୨୫ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.