ଆହୁରି ସପ୍ତାହେ ରାଜ୍ୟରେ କାଁ ଭାଁ ବର୍ଷା, ୧୭ରେ ସୃଷ୍ଟି ହେବ ଲଘୁଚାପ

ଭୁବନେଶ୍ୱର : ଆହୁରି ସପ୍ତାହେ ନିଅଣ୍ଟିଆ ସ୍ଥିତି। ୧୭ ଯାଏ ରାଜ୍ୟରେ ବର୍ଷା ନିଅଣ୍ଟିଆ ରହିବ । ୧୩ ବେଳକୁ ଗୋଟିଏ ଟ୍ରପ୍ ଲାଇନ୍ କିମ୍ବା ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛ । ଏନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ୧୭ରେ ଲଘୁଚାପ ସୃଷ୍ଟି ହେବ। ଏହାର ପ୍ରଭାବରେ ୧୮ରୁ ରାଜ୍ୟରେ ବର୍ଷା ବଢିବ। ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି ।
ସେହିପରି ୧୨ ତାରିଖଠାରୁ ରାଜ୍ୟର କିଛି ଜିଲ୍ଲାରେ ବର୍ଷା ପରିମାଣ ବଢ଼ିବା ନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି। ୧୨ ତାରିଖ ମଧ୍ୟାହ୍ନଠାରୁ ୧୩ ତାରିଖ ସକାଳ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ାରେ ପ୍ରବଳ ବର୍ଷା ହୋଇପାରେ। ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କେନ୍ଦୁଝର, ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ଗଜପତି, ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବ । ସେପଟେ ରାଜ୍ୟରେ ମୌସୁମୀ ଋତୁରେ ସ୍ବାଭାବିକଠାରୁ ଏବେ ସୁଦ୍ଧା ୨୮ପ୍ରତିଶତ ନିଅଣ୍ଟିଆ ବର୍ଷା ରହିଛି । ୧୬ ଜିଲ୍ଲାରେ ନିଅଣ୍ଟିଆ ଓ ଗୋଟିଏ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି।