ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ: ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା

ଭୁବନେଶ୍ୱର : ତାତିରୁ ଆଶ୍ୱସ୍ତି ଆଣିଲା କାଳବୈଶାଖୀ । ରାଜ୍ୟର ବିଭିନ୍ନ ସ୍ଥାନରେ ୫ ଦିନ ଯାଏ କାଳବୈଶାଖୀ ଆଶଙ୍କା । ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ଓ ପବନ ବହିବ । ଆଜି ଉତ୍ତର ଓଡ଼ିଶାର କିଛି ଜିଲ୍ଲା ସହ ଗଞ୍ଜାମ ଓ ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି ।

ବିଜୁଳି, ଘଡ଼ଘଡ଼ି ଓ ଘଣ୍ଟାପ୍ରତି ୩୦ରୁ ୪୦ କିମି ବେଗରେ ପବନ ପାଇଁ ୬ଜିଲ୍ଲା ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ ଓ ରାୟଗଡ଼ାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ୪ ଦିନ ଯାଏ ରାଜ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ ।

ଏପଟେ କାଳବୈଶାଖୀ ପ୍ରଭାବ । ବିଭିନ୍ନ ସ୍ଥାନରେ ଉପୁଡ଼ିଲା ଗଛ । ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା ଯୋଗୁ ଜନଜୀବନ ପ୍ରଭାବିତ । କାଳବୈଶାଖୀ ପ୍ରଭାବରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଦେଓଗାଁ ଅଞ୍ଚଳ ଏବଂ ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜୀର ବିଭିନ୍ନ ସ୍ଥାନରେ ବଡ଼ ବଡ଼ ଗଛ ଭାଙ୍ଗି ରାସ୍ତା ଉପରେ ପଡ଼ି ରହିଛି । ଅଗ୍ନିଶମ ବିଭାଗ ଗଛ ଗୁଡ଼ିକୁ କାଟି ରାସ୍ତା ଉପରୁ ହଟାଇବାକୁ ଉଦ୍ୟମ ଜାରି ରଖିଛି । ପବନ ଯୋଗୁ ବିଦ୍ୟୁତ ସରବରାହ ବନ୍ଦ ରହିଛି ।

ଆହୁରି ପଢ଼ନ୍ତୁ : ପ୍ରବଳ ବର୍ଷା: ରାଜଧାନୀର ଜୟଦେବ ବିହାର ଓଭରବ୍ରିଜ୍ ଉପରେ ଆଣ୍ଠୁଏ ଉଚ୍ଚର ପାଣି, ବୁଡିଲା ପୁରୀ ବଡଦାଣ୍ଡ