ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ !

ଭୁବନେଶ୍ବର : ଉତ୍ତର-ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟ ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ସାରା ରାଜ୍ୟକୁ ମୌସୁମୀ ଛୁଇଁବ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବିଭିନ୍ନ ସ୍ଥାନରେ ବର୍ଷା ଯୋଗୁଁ ତାପମାତ୍ରା କିଛିଟା କମିଛି । ସକାଳୁ ସକାଳୁ ଆକାଶ ମେଘୁଆ ରହିଛି । ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।

ତେବେ ଜୁଲାଇ ମାସରେ ଭଲ ବର୍ଷା ହେବ ଏବଂ ବର୍ଷାର ପରିମାଣ ୧୦୧ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଜୁନ୍‌ରୁ ସେପଟେମ୍ବର ମଧ୍ୟରେ ମୋଟ୍‌ ବର୍ଷାର ପରିମାଣ ୯୭ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି । ଠିକଣା ସମୟରେ ମୌସୁମୀ ସକ୍ରିୟ ନହେବାରୁ ବର୍ତ୍ତମାନ ସୁଦ୍ଧା ଦେଶରେ ୧୧ ପ୍ରତିଶତ କମ୍‌ ବର୍ଷା ରେକର୍ଡ଼ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.