ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ବରଯାତ୍ରୀ ଗାଡି, ୭ ଆହତ

ରାଇରଙ୍ଗପୁର: ଭୋଜି ଖାଇ ଫେରୁଥିବା ବେଳେ ଓଲଟିଲା ବରଯାତ୍ରୀ ଗାଡ଼ି, ସାତ ଜଣ ଆହତ। ଏଭଳି ଏକ ସଡ଼କ ଦୁର୍ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବିଜାତଳାରେ।

ସୂଚନା ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଟେଣ୍ଟପୋଷି ଗ୍ରାମରୁ ବାହାଘର ସାରି ବାଙ୍ଗିରିପୋଷି ଥାନା କୁସୁମବନ୍ଧ ଗ୍ରାମକୁ ଫେରୁଥିଲେ ବରଯାତ୍ରୀ। ତେବେ ଏକ ସଫାରୀ ଗାଡ଼ିରେ ୧୩ ଜଣ ବରଯାତ୍ରୀ ସକାଳୁ ଫେରୁଥିବା ବେଳେ ବିଜାତଳା ବାଙ୍କୀ ଛକ ପୂର୍ବରୁ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା।

ଫଳରେ ୭ଜଣ ଆହତ ହୋଇଥିବା ବେଳେ ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନା ଅଣାଯାଇଥିଲା। ସେଠାରେ ସମସ୍ତଙ୍କର ପ୍ରାଥମିକ ଚିକିତ୍ସା ଚାଲିଥିବା ଜଣାପଡିଛି। ଦୁର୍ଘଟଣା ଘଟିବା ପରେ ଗାଡ଼ି ଚାଳକ ଫେରାର ହୋଇ ଯାଇଥିବା ଜଣାପଡିଛି। ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.