ହକି ହିରୋଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ, ପରବର୍ତ୍ତୀ ଅଲିମ୍ପିକ୍ସରେ ସୁନା ପଦକ କାମନା କଲେ

ଭୁବନେଶ୍ୱର : ହକି ହିରୋଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ । ନବୀନ ନିବାସରେ ହକି ତାରକା ଅମିତ ରୋହିଦାସଙ୍କୁ ସମ୍ବର୍ଦ୍ଧିତ ବିରୋଧୀ ଦଳ ନେତା । ଏହା ସହ ପରବର୍ତୀ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପାଇଁ ସୁନା ପଦକ କାମନା କରିଛନ୍ତି । ଅମିତଙ୍କୁ ରୁପା ତାରାକାସୀ କାମର ରଥାରୁଢ଼ ଜଗନ୍ନାଥ, ବଲଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମୂର୍ତ୍ତି ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅମିତଙ୍କୁ ଓଡିଶାର ଗର୍ବ ବୋଲି କହିବା ସହ ସହ ଯୁବ ପିଢ଼ିକୁ ତାଙ୍କର ସଫଳତା ପ୍ରେରଣା ଦେଇଚାଲିବ ବୋଲି କହିଥିଲେ ।
ଭାରତୀୟ ହକି ଦଳକୁ ପ୍ରାୟୋଜିତ କରିବା ପରେ ଦଳ ଲଗାତାର ଦୁଇଟି ଅଲିମ୍ପିକ୍ସରେ ଦୁଇଟି ବ୍ରୋଞ୍ଜ ପଦକ ପାଇ ଦେଶର ଗୌରବ ବୃଦ୍ଧି କରିଥିବାରୁ ଅମିତ ଓ ଭାରତୀୟ ହକି ଦଳକୁ ଅଭିନନ୍ଦନ ଜଣାଇ ଥିଲେ ନବୀନ ପଟ୍ଟନାୟକ । ସେପଟେ ଏହି ପ୍ରୋତ୍ସାହନ ପାଇଁ ଦଳ ପକ୍ଷରୁ ନବୀନ ପଟ୍ଟନାୟକଙ୍କ ଧନ୍ୟବାଦ ଦେଇଥିଲେ ଅମିତ ।