ମା’ ଚାଲିଯିବା ପରେ ରୋଗରେ ପଡ଼ି ସାହାରା ଖୋଜୁଛନ୍ତି ରାଜ

ବାଲେଶ୍ଵର : ପୁଅର ରୋଗ ଭଲ ହୋଇପାରୁନାହିଁ । ଯିଏ ଦିନେ ବାପା ମା’ଙ୍କ ସାହାରା ପାଲଟିଥାଆନ୍ତା । ଆଜି ସେ ଅନ୍ୟର ସାହାରା ଖୋଜୁଛି । ଯେତେ ଚେଷ୍ଟା କଲେବି ପୁଅର ଚିକିତ୍ସାରେ କିଛି ସୁଫଳ ଦେଖାଯାଉନି । ଆଉ ଏହି ଚିନ୍ତାରେ ମା ସବୁଦିନ ପାଇଁ ଆଖି ବୁଜିଦେଲେ । ପକ୍ଷାଘାତ ରୋଗରେ ଆକ୍ରାନ୍ତ ଘରର ସାନ ପୁଅକୁ ସୁସ୍ଥ କରିବା ପାଇଁ ହାତ ଯୋଡ଼ି ସାହାଯ୍ୟ ମାଗୁଛି ବାପା । ଏଭଳି ଘଟଣା ଦେଖିବାକୁ ମିଳିଛି ଖଇରା ବ୍ଲକରେ ।

ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ୍ ବାଉଁଶ ଗଡ଼ିଆ ପଞ୍ଚାୟତ ତେଲିଆବାଙ୍କ ଗାଁର ଅନାଦି ପାତ୍ରଙ୍କ ସାନପୁଅ ପୁତ୍ର ରାଜ କୁମାର ପାତ୍ର । ଆଜକୁ ୭ବର୍ଷରୁ ଅଧିକ ଦିନ ହେଲାଣି ଦେହ ହାତ ବିନ୍ଧା ବିନ୍ଧି କରିବା ସହ ଦୁଇଟି ଗୋଡ଼ ପାରାଲିସିସ ହୋଇଯାଇଛି । ବିଭିନ୍ନ ଅଞ୍ଚଳରେ ଡାକ୍ତରଙ୍କୁ ଦେଖାଇବା ପରେ ବି ଟଙ୍କା ଅଭାବରୁ ଆଉ ଡାକ୍ତରଙ୍କୁ ଦେଖାଇ ପାରୁ ନାହାନ୍ତି ।

ଘରର ରାସନ କାର୍ଡରେ ପୁଅର ନାଁ ଏଣ୍ଟ୍ରି ହେଉନଥିବା ବେଳେ ଅଧିକ ଚିକିତ୍ସା କରିବା ସମ୍ଭବ ହୋଇ ପାରୁ ନାହିଁ । ରାଜ ଭଲ ପାଠ ପଢ଼ୁଥିବା ବେଳେ ରୋଗ ଯନ୍ତ୍ରଣା ପାଇଁ ମ୍ୟାଟ୍ରିକ ପରୀକ୍ଷା ମଧ୍ୟ ଦେଇ ପାରିଲେ ନାହିଁ । ପୁଅ କଥା ଚିନ୍ତା କରି ମାଆ ବି ଆର ପାରିକୁ ଚାଲି ଯାଇଛି ଏବେ ବାପା ଅନାଦି ପୁଅର ସବୁ କାର୍ଯ୍ୟ କରୁଛନ୍ତି । ଏନେଇ ବାପା ଅନାଦି ପୁଅକୁ ସୁସ୍ଥ କରିବା ପାଇଁ ସରକାରଙ୍କୁ ଆର୍ଥିକ ସହାୟତା, ଚାଉଳ ଯୋଗାଇଦେବାକୁ ଗୁହାରୀ କରିଥିବା ବେଳେ ରାସନ କାର୍ଡରେ ପୁଅର ନାମ ସଂଯୋଗ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିବେଦନ କରିଛନ୍ତି ।

Also Read:୨୦ କୋଟି ଟଙ୍କାର ସାଇବର ଠକେଇ, ଆନ୍ତଃରାଜ୍ୟ ଗ୍ୟାଙ୍ଗର ୧୨ ଗିରଫ