ତିନି ଦିନିଆ ପୋଲିସ ରିମାଣ୍ଡରେ ନର୍ସ ନିହାରିକାଙ୍କ ବୟଫ୍ରେଣ୍ଡ କିଶୋର ଅଞ୍ଚଳ ଓରଫ ରାଜା

ଜଗତସିଂହପୁର(କେନ୍ୟୁଜ୍): ଏବେ ତିନି ଦିନିଆ ପୋଲିସ ରିମାଣ୍ଡରେ ନର୍ସ ନିହାରିକାଙ୍କ ବୟଫ୍ରେଣ୍ଡ କିଶୋର ଅଞ୍ଚଳ ଓରଫ ରାଜା। ଜଗତସିଂହପୁର SDJM କୋର୍ଟଙ୍କ ଅନୁମତି ପରେ ଗତକାଲି ବିରିଡ଼ ଥାନା ପୋଲିସ ତାକୁ ରିମାଣ୍ଡରେ ନେଇଛି । ନିହାରିକା ହତ୍ୟାକାଣ୍ଡ ନେଇ ପୋଲିସ ତାକୁ ଗୁଡ଼େଇତୁଡ଼େଇ ଜେରା କରୁଛି । ହତ୍ୟାକାଣ୍ଡରେ ଆଉ କାହାର ସଂପୃକ୍ତି ଅଛି କି? କେଉଁ କାରଣ ପାଇଁ ଦୁଇ ଜଣଙ୍କ ଭିତରେ ମନାନ୍ତର ଓ ମତାନ୍ତର ଚାଲିଥିଲା? ହତ୍ୟାକାଣ୍ଡରେ ତାକୁ ଆଉ କେହି ସହଯୋଗ କରିଛନ୍ତି କି ? ଏଯାଏଁ କେଉଁଠି ଲୁଚିଥିଲା ? ଏସବୁ ଦିଗରେ ଖୋଳତାଡ କରୁଛି ପୋଲିସ । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ଭିଙ୍ଗାରପୁର ଗାଁରେ ନର୍ସ ନିହାରିକା ପାତ୍ରଙ୍କ ଘର । କଟକର ଏକ ଘରୋଇ ନର୍ସିଂ ହୋମ୍‌ରେ ସେ କାମ କରୁଥିଲେ । ଗତ ୮ ତାରିଖରେ ଚାଉଳିଆଗଞ୍ଜ ଅଞ୍ଚଳରେ ନିଜ ସାଙ୍ଗ ଘରେ ନିହାରିକାକୁ ହତ୍ୟା କରିଥିଲା ପ୍ରେମିକ ରାଜା । ଏହାପରେ ବାଇକରେ ଆଣି ଜଗତସିଂହପୁର ବିଲୁଆଖାଇ ନଦୀରେ ମୃତଦେହକୁ ଫିଙ୍ଗି ଦେଇଥିଲା ରାଜା। ୧୦ ଦିନ ପରେ ବିଲୁଆଖାଇ ନଦୀପଠାରୁ ଉଦ୍ଧାର ହୋଇଥିଲା ମୃତଦେହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.