ସୁସ୍ଥ ହେଲେ ଶ୍ରୀଜୀଉ: ଆଜି ଶ୍ରୀଜିଉଙ୍କର ରାଜପ୍ରାସାଦ ବିଜେ ନୀତି
ପୁରୀ: ଆଜି ମହାପ୍ରଭୁଙ୍କ ରାଜପ୍ରାସାଦ ବିଜେ ନୀତି। ଶ୍ରୀ ନଅରକୁ ରାଜପ୍ରାସାଦ ବିଜେ କରି ମହାପ୍ରଭୁ ଜଗନ୍ନାଥଙ୍କ ସୁସ୍ଥ ହେବାର ଖବର ଜଣାଇବେ ଗଜପତି ମହାରାଜଙ୍କୁ । ପ୍ରଥମ ଭୋଗ ମଣ୍ଡପ ବଢିଵା ପରେ ଦଇତାପତି ସେବାୟତ ମାନେ ରାଜପ୍ରସାଦ ବିଜେ କରିବେ । ଗତକାଲି ଅଣସର ଘରେ ଜ୍ୱରରେ ପୀଡ଼ିତ ମହାପ୍ରଭୁ ସୁସ୍ଥ ହୋଇ ଚକାବିଜେ କରିଛନ୍ତି ।
ତେବେ ଏହି ଶୁଭ ଖବର ସହ ମହାପ୍ରଭୁଙ୍କର ରାଜପ୍ରସାଦ ବିଜେ କରିବେ ଦଇତାପତି ସେବାୟତ । ଆଜି ଦଇତାପତି ସେବକମାନେ ଏକ ରୁପା ଥାଳିରେ ପାଟବସ୍ତ୍ର ପକାଇ ମହାପ୍ରଭୁଙ୍କ କରାଳ ଚନ୍ଦନ, ଅଙ୍ଗ ବସ୍ତ୍ର ରାଜପ୍ରାସାଦକୁ ନେବେ। ସେଠାରେ ଗଜପତି ମହାରାଜ ପ୍ରସାଦ ସେବନ ପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କ ସୁସ୍ଥତା ସଂପର୍କରେ ଗଜପତିଙ୍କୁ ଅବଗତ କରିବା ସହ ରଥଯାତ୍ରା ଓ ଗୁପ୍ତନୀତି ସଂପର୍କରେ ସୂଚନା ଦେବେ।
ସେପଟେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଲାଗି ଶେଷ ପର୍ଯ୍ୟାୟରେ ତିନି ରଥର ନିର୍ମାଣ କାର୍ଯ୍ୟ । ଶେଷ ସ୍ପର୍ଶ ଦେଉଛନ୍ତି କାରିଗର। ବର୍ତ୍ତମାନ ସୁଦ୍ଧା ତିନି ରଥର ପ୍ରଭା ନିର୍ମାଣ ଶେଷ ହେବା ସହ ତିନିରଥ ର ଦୁଆର ବେଢ଼ା ଗୁଡ଼ିକର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହୋଇଛି l ତିନିରଥର ନାଟଗୋଡ ଗୁଡିକରେ ରୂପ ଖୋଦେଇ ମଧ୍ୟ ଶେଷ ହୋଇଛି ।