ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ହେବେ ଉପବାଚସ୍ପତି

ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ ହେବେ ବିଧାନସଭା ଉପବାଚସ୍ପତି । ବିଜେଡି ପକ୍ଷରୁ ତାଙ୍କୁ ଉପବାଚସ୍ପତି ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି । ସେହିପରି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ସରକାରୀ ଉପ ମୁଖ୍ୟ ସଚେତକ ଭବେ ନିଯୁକ୍ତି ଦିଆଯାଇଛି । ଉଭୟଙ୍କ ନାଁ ଉପରେ ବିଜେଡି ସୁପ୍ରିମୋ ମୋହର ଲଗାଇଛନ୍ତି । ଫଳରେ ବିଧାନସଭା ଉପ ବାଚସ୍ପତି ଓ ସରକାରୀ ଉପ ମୁଖ୍ୟ ସଚେତକ କିଏ ହେବେ ତାକୁ ନେଇ ଚାଲିଥିବା ସସପେନ୍ସର ଅନ୍ତ ହୋଇଛି। ଏନେଇ ବଜେଡି ସାଧାରଣ ସଂପାଦକ ବିଜୟ କୁମାର ନାୟକ ପ୍ରେସ ଇସ୍ତାହାରରେ ସୂଚନା ଦେଇଛନ୍ତି । ପୂର୍ବରୁ ସୂର୍ଯ୍ୟ ନାରାୟଣ ପାତ୍ର ବିଧାନସଭାର ବାଚସ୍ପତି ଭାବେ ସର୍ବସମ୍ମତି କ୍ରମେ ନିର୍ବାଚିତ ହୋଇଥିଲେ। ସେହିପରି ପ୍ରମିଳା ମଲ୍ଲିକ ସରକାରୀ ମୁଖ୍ୟ ସଚେତକ ଭବେ ନିଯୁକ୍ତି ପାଇଥିଲେ ।