ଏଣିକି ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରହିବ ରାଜାରାଣୀ ମନ୍ଦିର ସହ ୧୦ଟି ଐହିତ୍ୟ କୀର୍ତ୍ତିରାଜି, କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟର ନିଷ୍ପତ୍ତି

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ରାଜାରାଣୀ ମନ୍ଦିର ଏଣିକି ସୂର୍ଯ୍ୟୋଦୟରୁ ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ। ରାଜାରାଣୀ ସହ ଦେଶର ୧୦ଟି ଐହିତ୍ୟ କୀର୍ତ୍ତିରାଜିକୁ ରାତି ୯ ଟା ପର୍ଯ୍ୟନ୍ତ ଖୋଲା ରଖିବାକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ନିଷ୍ପତ୍ତି ନେଇଛି। ଐତିହ୍ୟ ସ୍ଥଳଗୁଡିକ ସାଧାରଣତଃ ସକାଳ ୯ ରୁ ସଂଧ୍ୟା ସାଢ଼େ ୫ ପର୍ଯ୍ୟନ୍ତ ଖୋଲା ରୁହେ। ଏଣିକି ସରକାରଙ୍କ ଘୋଷଣା ମୁତାବକ ରାତି ୯ ପର୍ଯ୍ୟନ୍ତ ଖୋଲା ରହିବ। ଦର୍ଶନ ସମୟ ବଢିଥିବାରୁ ପର୍ଯ୍ୟଟକ ଖୁସି ଅଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.