ରାଜଧାନୀରେ ରାଜସ୍ଥାନୀ ନାବାଳିକା ଗ୍ୟାଙ୍ଗ୍, ଡୋନେସନ ନାଁରେ ଜୋରଜବରଦସ୍ତ ମାଗୁଛନ୍ତି ଟଙ୍କା

କେନ୍ୟୁଜ୍(ବ୍ୟୁରୋ):ବେଶଭୂଷା, ଷ୍ଟାଇଲ କିଛି କମ୍‌ ନୁହେଁ । ରାଜଧାନୀରେ ଦଳ ଦଳ ହୋଇ ଘୂରି ବୁଲୁଛନ୍ତି  । ଘର, ଅଫିସ ଭିତରକୁ ଅଚାନକ ପଶିଯାଉଛନ୍ତି । ରାସ୍ତାଘାଟରେ ଲୋକଙ୍କୁ ଅଟକାଇ ଡୋନେସନ ନାଁରେ ଜୋରଜବରଦସ୍ତ ମାଗୁଛନ୍ତି ଟଙ୍କା । ଯିଏ ନଦେଉଛି ହଇରାଣ ହରକତ କରୁଛନ୍ତି । ରାଜସ୍ଥାନରୁ ଆସିଥିବା କିଛି ଯୁବତୀଙ୍କ କାରନାମା ଅସହ୍ୟ ହେଲାଣି । ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ତିନିଜଣ ରାଜସ୍ଥାନୀ ଯୁବତୀଙ୍କୁ ଅଟକ ରଖି ପଚରାଉଚରା କରିଛି ପୋଲିସ ।

କେବଳ ତିନି ନାବାଳିକା ନୁହନ୍ତି । ରାଜଧାନୀକୁ ନିକଟରେ ପ୍ରାୟ ୫୦ ଜଣ ନାବାଳିକା ରାଜସ୍ଥାନରୁ ଆସିଛନ୍ତି । ବିଭିନ୍ନ ଯାତ୍ରୀ ନିବାସରେ ରହୁଛନ୍ତି । ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ଘୂରି ବୁଲି ହରକତ ଆରମ୍ଭ କରିଦେଉଛନ୍ତି । ସେପଟେ ଜୋରଦବରଦସ୍ତ ଟଙ୍କା ମାଗିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ସଂପୃକ୍ତ ଯୁବତୀ । ବୁଲି ବୁଲି ମ୍ୟାଜିକ ପେନ ବିକୁଥିବା କହିଛନ୍ତି ।

rajasthani gang

ଏବେ ପ୍ରଶ୍ନ ଉଠୁଛି, ରାଜସ୍ଥାନୀର ଆସିଥିବା ଏହି ଯୁବତୀମାନଙ୍କ ପ୍ରକୃତ ଉଦ୍ଦେଶ୍ୟ କ’ଣ ? ସହଜରେ ରୋଜଗାର ପାଇଁ ଏପରି ପନ୍ଥା ଆପଣେଇଛନ୍ତି ନା ଆଉ କିଛି ରହିଛି ? ଯଦି ନିର୍ଦ୍ଦିଷ୍ଟ ସଂସ୍ଥା ପାଇଁ ଡୋନେସନ ମାଗୁଛନ୍ତି, ତେବେ ସେହି ସଂସ୍ଥାର କାର୍ଯ୍ୟ କ’ଣ ? ଏମାନଙ୍କୁ ଅନ୍ୟ କେହି ଅପରେଟ କରୁଛି କି ? ରାଜସ୍ଥାନରୁ ଆସିଥିବା ଯୁବତୀଙ୍କ ନାଁରେ ଆଉ କେଉଁ କେଉଁ ଥାନାରେ ଅଭିଯୋଗ ହୋଇଛି ସେସବୁର ତଦନ୍ତ କରୁଛି ଖଣ୍ଡଗିରି ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.