ପରଲୋକରେ ରଜତ କର, ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପୁରୀ ସ୍ୱର୍ଗଦ୍ୱାରରେ ହେବ ଶେଷକୃତ୍ୟ

ଭୁବନେଶ୍ବର (କେନ୍ୟୁଜ୍): ଆଜି ହେବ ବିଶିଷ୍ଟ ସାହିତ୍ୟିକ, ଜଗନ୍ନାଥ ସଂସ୍କୃତି ଗବେଷକ ପଦ୍ମଶ୍ରୀ ରଜତ କରଙ୍କ ଶେଷକୃତ୍ୟ। ରାଷ୍ଟ୍ରୀୟ ସମ୍ମାନର ସହ ଶେଷକୃତ୍ୟ କରାଯିବ । ପୁରୀ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହେବ ତାଙ୍କର ଅନ୍ତିମ ସଂସ୍କାର। ନୟାପଲ୍ଲୀ ବାସଭବନରେ ସକାଳ ୮ଟା ୩୦ରୁ ୧୦ଟା ମଧ୍ୟରେ ହେବ ଶେଷ ଦର୍ଶନ। ଏହାପରେ ସକାଳ ୧୦ଟାରେ ପୁରୀ ସ୍ୱର୍ଗଦ୍ୱାର ଅଭିମୁଖେ ଆରମ୍ଭ ହେବ ଶେଷଯାତ୍ରା। ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ୮୮ ବର୍ଷ ବୟସରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲା। ଭଞ୍ଜ ସାହିତ୍ୟରେ ରଜତ କରଙ୍କର ଅଗାଧ ପାଣ୍ଡିତ୍ୟ ଥିଲା । ଜଗନ୍ନାଥ ସଂସ୍କୃତି ଗବେଷକ ଭାବେ ବେଶ ଜଣାଶୁଣା ଥିଲେ ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରାରେ ଭାଷ୍ୟକାର ଭାବେ ସୁନାମ ଅର୍ଜନ କରିଛନ୍ତି । ଦୀର୍ଘ ବର୍ଷ ଧରି ଟିଭି ଓ ରେଡିଓରେ ରଥଯାତ୍ରା ଧାରା ବିବରଣୀ ଦେଇ ଘରେ ଘରେ ପରିଚିତ ଥିଲେ ରଜତ କର । ଶିକ୍ଷା ଓ ସାହିତ୍ୟ ପାଇଁ ୨୦୨୧ ମସିହାରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ । ଜୀବନକାଳରେ ଅନେକ ସମ୍ମାନ ଓ ପୁସ୍କାର ପାଇଥିଲେ ରଜତ କର । ଓଡ଼ିଆ ସାହିତ୍ୟରେ ତାଙ୍କ ଅବଦାନ ଅତୁଳନୀୟ । ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.