କଟକର କାଠଯୋଡ଼ି ପୋଲ ଉପରେ ବଗି ଛାଡ଼ି ପଳାଇଥିଲା ଇଞ୍ଜିନ୍‌ , ମରାମତି ପରେ ଗଡ଼ିଲା ରାଜଧାନୀ ଏକ୍ସପ୍ରେସ

କଟକ(କେନ୍ୟୁଜ୍) : ମରାମତି ପରେ ଗଡ଼ିଲା ରାଜଧାନୀ ଏକ୍ସପ୍ରେସ। ରାଜଧାନୀ ଏକ୍ସପ୍ରେସ ଭୁବନେଶ୍ୱରରୁ ନୂଆଦିଲ୍ଲୀ ଯାଉଥିବା ବେଳେ ବଗି ଛାଡ଼ି ପଳାଇଥିଲା ଇଞ୍ଜିନ୍‌ । କଟକର କାଠଯୋଡ଼ି ପୋଲ ଉପରେ ରାଜଧାନୀ ଏକ୍ସପ୍ରେସରେ ବଗି ଠାରୁ ଇଞ୍ଜିନ ଅଲଗା ହୋଇଯାଇଥିଲା। ଟ୍ରେନ୍‌ର ବି-୩ ଓ ବି-୪ ବଗି ଅଲଗା ହୋଇଯାଇଥିଲା। ଘଟଣାସ୍ଥଳରେ ରେଳବାଇ କର୍ତ୍ତୃପକ୍ଷ ପହଞ୍ଚି ମରାମତି କାମ ଆରମ୍ଭ କରିଥିଲେ। ଏହି ଅଘଟଣ ବେଳେ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିବା ସୂଚନା ଦେଇଛି ରେଳବାଇ। ଟ୍ରାକ ଉପରେ ସମସ୍ତ ବଗି ମଧ୍ୟ ସୁରକ୍ଷିତ ରହିଥିଲା। ମରାମତି ଶେଷ ହେବା ପରେ ଘଣ୍ଟାଏ ବିଳମ୍ବରେ ରାଜଧାନୀ ପୁଣି ଯାତ୍ରା ଆରମ୍ଭ କରିଛି। ସେପଟେ ଏହି ଅଘଟଣର ବରିଷ୍ଠ ଅଧିକାରୀଙ୍କୁ ନେଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଖୋର୍ଦ୍ଧା ଡିଆର୍‌ଏମ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.