ଦିନରେ ହୋଟେଲରେ କାମ ରାତିରେ ଡାକ୍ତରୀ ପାଠ: ଶେଷରେ ସଫଳତା, ନିଜ ଉଦ୍ୟମ ପାଇଁ ଛୁଟୁଛି ପ୍ରଶଂସା

ବ୍ରହ୍ମପୁର (କେନ୍ୟୁଜ) : ଆର୍ଥିକ ପ୍ରତିବନ୍ଧକ ଥିଲେ ବି ନିଜ ଉଦ୍ୟମ ଓ ଅନ୍ଯର ସହଯୋଗରେ ଚଳିତ ବର୍ଷର ନିଟ ପରୀକ୍ଷାରେ କୃତ୍ତକାର୍ଯ୍ଯ ହୋଇଛନ୍ତି ରାଜୀବ ପାଢ଼ୀ। ପରୀକ୍ଷାରେ କୃତ୍ତକାର୍ଯ୍ଯ ହେବା ପରେ ବୁର୍ଲା ଭୀମସାର ମେଡିକାଲ କଲେଜ ରେ ସିଟ ପାଇବାରେ ସକ୍ଷମ ହୋଇଛନ୍ତି ଏହି ଛାତ୍ର। ସଂଘର୍ଷ କରି ସଫଳତା ପାଇଥିବା ରାଜୀବଙ୍କୁ ଛୁଟୁଛି ପ୍ରଂଶସାର ସୁଅ।

ସୂଚନା ଅନୁସାରେ ଗଞ୍ଜାମ ଜ଼ିଲ୍ଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରl ପଞ୍ଚାୟତ କାଳଷଣ୍ଢପୁର ଶାସନର ରାଜୀବ ପାଢ଼ୀ। ରାଜୀବ ଚଳିତ ବର୍ଷ ନିଟ ପରୀକ୍ଷାରେ ସଫଳତା ପାଇବା ପରେ ବୁର୍ଲା ଭୀମସାର ମେଡିକାଲ କଲେଜରେ ପଢିବା ପାଇଁ ସିଟ ପାଇଛନ୍ତି। ରାଜୀବଙ୍କ କାହାଣୀ ଏକ ସଂଘର୍ଷ ର କାହାଣୀ ରୂପେ ପ୍ରତିପାଦିତ ହୋଇଛି । ରାଜୀବ ଙ୍କ ବାପା ଦିଗାମ୍ବର ଗାଁ ରେ ଏକ ଛୋଟିଆ ହୋଟେଲ କରି ପରିବାର ଚଳାଉଥିବା ବେଳେ ୨୦୧୧ ମସିହା ରେ ହଠାତ ହୃଦରୋଗ ରେ ଶିକାର ହେଲେ ଏହାପରେ ପିଲାଙ୍କୁ ପାଠ ପାଇବା ଓ ପରିବାର ଚଳାଇବା କଷ୍ଟ ହୋଇଥିଲା।

ତେଣୁ ପାଠ ରେ ଡୋରି ବାନ୍ଧିବାକୁ ଚିନ୍ତା କରିଥିଲେ ଦିଗାମ୍ବର। ଏହି ସମୟରେ ରାଜୀବ କିନ୍ତୁ ହାର ମାନିନଥିଲା, ହୋଟେଲ ରେ କାମ କରିବା ସହ ପାଠ ପଢିବା ପାଇଁ ଗାଁ ହାଇସ୍କୁଲକୁ ଯାଉଥାଏ। ଏପରି ସମୟରେ ସେହି ଗାଁର ଦିଗାମ୍ବରଙ୍କ ପିଲା ଦିନର ସାଙ୍ଗ ପ୍ରମୋଦ କୁମାର ବିଷୋୟୀ ହୋଟେଲରେ ବସି ରାଜୀବକୁ ପାଇବା ଦାୟିତ୍ୱ ନେବାପାଇଁ କହିଥିଲେ । ଷଷ୍ଠ ଶ୍ରେଣୀ ରୁ ଆଜି ପର୍ଯ୍ଯନ୍ତ ପଢା ଦାୟିତ୍ୱ ନେଇଛନ୍ତି ପ୍ରମୋଦ ଯାହାକି ଆଜି ସଫଳତାର ପାହାଚ ହୋଇଛି। ଏଥିପାଇଁ କୃତଜ୍ଞତା ଜଣାଇଛନ୍ତି ସମ୍ପୂର୍ଣ୍ଣ ପରିବାର ଓ ସମସ୍ତ ଙ୍କ ମୁହଁ ରେ ଦେଖାଦେଇଛି ଖୁସି। ସେପଟେ ପ୍ରମୋଦ କହିଛନ୍ତି ମାଟ୍ରିକ ପରେ ହିଞ୍ଜିଳିକାଟୁ କଲେଜ ରେ ଯୁକ୍ତ ଦୁଇ ପଢ଼ାଇଥିଲି ଓ ସେଠାରୁ ଭଲ ନମ୍ବର ରଖି ପାସ ହେବା ପରେ ବ୍ରହ୍ମପୁର ରେ ନିଟ କୋଚିଂ ନେବା ପାଇଁ ଜଏନ କରିଥିଲି ରାଜୀବ ର ନିଷ୍ଠା ଓ ଏକାଗ୍ରତା ତାକୁ ଡାକ୍ତର ପଢିବା ପାଇଁ ସୁଯୋଗ ମିଳିଛି।

ଏହାପରେ ସରପଞ୍ଚ ଙ୍କ ସମେତ ବହୁ ବ୍ଯକ୍ତି ପ୍ରଂଶସା କରି ରାଜୀବକୁ ଶୁଭେଚ୍ଛା ଜଣାଇଛନ୍ତି। ପରିଶ୍ରମ ଓ ଜଣେ ବଦାନ୍ଯ ବ୍ଯକ୍ତିଙ୍କ ସହାୟତା ଯୋଗୁଁ ସଫଳତା ବୋଲି କହିଛନ୍ତି ସରପଞ୍ଚ । ରାଜୀବ ପିଲା ଦିନରୁ ପଢା ପ୍ରତି ମନ ଦିଏ ଯାହା କୁହାଯାଏ ମନ ରଖେ ଆମର ବି ଆଶା ଥିଲା ଦିନେ ଆମ ସ୍କୁଲ ର ନା ‘ ରଖିବ ତାହା ପୂରଣ ହୋଇଥିବାରୁ ଖୁସି ପ୍ରକାଶ କରିଛନ୍ତି ହାଇସ୍କୁଲ ର ପ୍ରଧାନ ଶିକ୍ଷକ।

 

 

Leave A Reply

Your email address will not be published.