ପ୍ରତିଭାବାନ୍ ରାଜେଶ: କଠିନ ପରିଶ୍ରମ ବଳରେ ବିନାଗୁରୁରେ ବନିଗଲେ ମିକ୍ସ ମାର୍ଶାଲ ଆର୍ଟ ଜାତୀୟ ଖେଳାଳି

ମାଲକାନଗିରି(କେନ୍ୟୁଜ୍):  ୟୁଟ୍ଯୁବ୍ ଦେଖି ବିନାଗୁରୁରେ ମିକ୍ସ ମାର୍ଶାଲ ଆର୍ଟ ଜାତୀୟ ଖେଳାଳି।  ଆଶ୍ଚର୍ଯ୍ଯ ଲାଗୁଥିଲେ ବି ସତ। ଯଦି କିଛି କରି ଦେଖାଇବାର ଜୋସ୍ ଥାଏ ତେବେ ନିଜ ଇଚ୍ଛାଶକ୍ତି ବଳରେ, ଯେକୌଣସି ଉପାୟରେ ଜଣେ ଲକ୍ଷ ସ୍ଥଳରେ ପହଁଚି ପାରିବ। ତେବେ  ଆମ ରାଜ୍ଯ ସରକାର କ୍ରୀଡା ପ୍ରତି ବିଶେଷ ଧ୍ୟାନ ଦେଇଛନ୍ତି । ଏ ଯେମିତି FHI ପୁରୁଷ ହକି ବିଶ୍ୱକପର ଆୟୋଜନ କରି ଆଜି ସାରା ବିଶ୍ୱରେ ପ୍ରଶଂସା ସାଉଁଟୁଛନ୍ତି । କିନ୍ତୁ ଏହାରି ଭିତରେ ରାଜ୍ଯରେ ଅନ୍ଯ ବିଭାଗରେ ଆନେକ ପ୍ରତିଭାବାନ କ୍ରୀଡ଼ାବିତ ଲୁକାଇତ ଭାବରେ ରହିଯାଉଛନ୍ତି। ଏମିତି ଜଣେ କ୍ରୀଡ଼ାବିତ ହେଉଛନ୍ତି ମାଲକାନଗିରି ଜିଲ୍ଲାର ଆଦିବାସୀ ପ୍ରତିଭାବାନ୍ ଯୁବକ ରାଜେଶ ପୂଜାରୀ । ଯିଏକି ନିଜର ଇଛାଶକ୍ତି ଏବଂ ମନୋବଳ ଯୋଗୁଁ ୟୁଟ୍ଯୁବରୁ ଶିଖି ଆଜି ଆନ୍ତର୍ଜାତିୟ ମିକ୍ସ ମାର୍ଶାଲ ଆର୍ଟସ କ୍ରୀଡ଼ାବିତ ଭାବରେ ନିଜର ସ୍ବତନ୍ତ୍ର ପରିଚିୟ କରିପାରିଛନ୍ତି। ବିନାଗୁରୁରେ ମିକ୍ସ ମାର୍ଶାଲ ଆର୍ଟ ଜାତୀୟ ଖେଳାଳି।

ରାଜେଶ ନିଜେ ନିଜ ଭବିଷ୍ଯତ ଗଢିବାକୁ ଦୃଢ଼ ମନସ୍ତ କରିଥିଲେ ଏବଂ ଏକ ଉଚ୍ଚମ ର କ୍ରୀଡ଼ାବିତ ହେବାର ସ୍ବପ୍ନ ଦେଖିଥିଲେ। ଆଉ ଏଥିପାଇଁ ସେ ଗୁରୁ ଭାବେ ୟୁଟ୍ଯୁବକୁ ମାନିନେଲେ। ଯେଉଁଥିରେ ବିଭିନ୍ନ ମାର୍ଶାଲ ଆର୍ଟ ଦେଖି ଶିଖିବା ଆରମ୍ଭ କରିଥିଲେ । ପ୍ରଥମେ ଏଥିପାଇଁ ସେ ନିଜକୁ ପ୍ରସ୍ତୁତ କଲେ । ତାହା ପୁଣି ଜିଲ୍ଲା ପୋଲିସ୍ ଜିମରେ । ଏହି ଜିମରେ ତାଙ୍କୁ ପୋଲିସ ବିଭାଗର ଟ୍ରେନର ଭାରତ ତାଲିମ ଦେଲେ। ଯାହାପରେ ରାଜେଶ ନିଜକୁ ଆଗକୁ ନେବାର ସ୍ବପ୍ନକୁ ଆହୁରି ଦ୍ରୁଢିଭୂତ କଲେ।

1ପରିବାରରେ ବାପା ରାମ ପୂଜାରୀ ହିଁ ରୋଜଗାରିଆ । ଜିଲ୍ଲା ପୋଲିସରେ ସେ କାର୍ଯ୍ଯରତ। ବାପାଙ୍କ ସ୍ବଳ୍ପ ଦରମା କାରଣରୁ ପରିବାର ଲୋକେ ରାଜେଶଙ୍କ ସହ ସହମତି ହୋଇନଥିଲେ । କିନ୍ତୁ ରାଜେଶ ନିଜ ଜିଦରେ ଅଟଳ ରହିଥିଲେ। ୨୦୧୮ ମସିହାରେ ମାତ୍ର ୧୮ ବର୍ଷ ବୟସରେ ସେ ହାଇଦ୍ରାବାଦ ଚାଲିଗଲେ । ସେଠାରେ ୩ ମାସ ତାଲିମ ନେବା ପରେ ସେ ଜାତୀୟ ପ୍ରତିଯୋଗିତାରେ ସାମିଲ ହୋଇ ହାଇଦ୍ରାବାଦ ପାଇଁ ରୋପ୍ଯ ପଦକ ହାସଲ କରିଥିଲେ। ଏହା ପରେ ସେ ଆଉ ପଛକୁ ଚାହିଁ ନାହାନ୍ତି । ରାଜ୍ଯ ପରେ ଜାତୀୟ ଏବଂ ଏବେ ସେ ଅନ୍ତର୍ଜାତୀୟ ମିକ୍ସ ମାର୍ଶାଲ ଆର୍ଟ କ୍ରୀଡ଼ାବିତ । ଏତେ ଆର୍ଥିକ ଅନାଟନ ଦୁଃଖ କଷ୍ଟରେ ରହି ବି ସେ ଏହି ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ସେଥିପାଇଁ ସେ ମାଲକାନଗିରି ଜିଲ୍ଲାବାସୀ, ନିଜ ପରିବାର ,ନିଜ ଗୁରୁଙ୍କୁ ହିଁ ଶ୍ରେୟ ଦେଇଛନ୍ତି ।

ପୁଅର ଏହି ସଫଳତାରେ ଗର୍ବ ମନେ କରୁଛନ୍ତି ପରିବାର ଲେକେ । ଜଣେ ପୋଲିସ୍ ସିପାହୀ ହୋଇ ପରିବାର ଚଳାଇବା ସହ ପୁଅର କ୍ରୀଡା ପ୍ରତି ଆଗ୍ରହ ଏବଂ ଏଥିରେ ଭବିଷ୍ଯତ ଗଢିବା କ୍ଷେତ୍ରରେ ଖର୍ଚ୍ଚ ଉଠାଇବା ସମ୍ଭବ ନଥିବା କହିଛନ୍ତି ରାଜେଶଙ୍କ ବାପା। କ୍ରୀଡ଼ାବିତଙ୍କ ପାଇଁ ଖାଇବା ସହ ଅନ୍ଯାନ୍ଯ ବାବଦକୁ ଖର୍ଚ୍ଚ ମାସକୁ ୨୫ରୁ ୩୦ହଜାର ଟଙ୍କା ତାଙ୍କ ପାଇଁ ତୁଲାଇବା ଅସମ୍ଭବ ଥିଲା । କିନ୍ତୁ ମାସକୁ ମାତ୍ର ହଜାର ଟଙ୍କା ରାଜେଶଙକ ପାଖକୁ ପଠାଉଥିବା କଥା ସେ କହିଛନ୍ତି।

ତେବେ ବହୁ କଷ୍ଟରେ ରାଜେଶ ତାଲିମ ନେଇ ଲଖନୋରେ ପ୍ରଥମ ଥର ମିକ୍ସ ମାର୍ଶାଲ ଆର୍ଟରେ ରୋପ୍ଯ, ବେଙ୍ଗାଳୁରୁରେ ସ୍ବର୍ଣ୍ଣ, ମଧ୍ୟପ୍ରଦେଶରେ କାଂସ୍ଯ, ଓଡିଶା କଟକ ରେ ସ୍ବର୍ଣ୍ଣ, ଭୁବନେଶ୍ୱରରେ ସ୍ବର୍ଣ୍ଣ, ଦିଲ୍ଲୀରେ ସ୍ବର୍ଣ୍ଣ ଏବଂ ବିଦେଶ କାଜିକିସ୍ତାନରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ତେବେ ରାଜ୍ଯ ତଥା କେନ୍ଦ୍ର ସରକାର ଯଦି ରାଜେଶଙ୍କୁ କିଛି ସହାୟତା ଯୋଗାଇ ଦିଅନେ୍ତେ ତେବେ ସେ ଆଗାମୀ ଦିନରେ ଭାରତକୁ ଅଧିକରୁ ଆଧିକ ପଦକ ଆଣିଦେଇ ଦେବା ସହିତ ଦେଶ ତଥା ନିଜ ଜନ୍ମ ମାଟି ପାଇଁ ଗୌରବ ଆଣିପାରନ୍ତେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.