ଭିଜିଲାନ୍ସ ଜାଲରେ ରାଜଗାଙ୍ଗପୁର ପୌରପାଳିକା ଟ୍ୟାକ୍ସ କଲେକ୍ଟର, ବାକି ଥିବା ଟିକସ କମାଇବାକୁ ନେଉଥିଲେ ଲାଞ୍ଚ

ସୁନ୍ଦରଗଡ(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ପୌର ପାଳିକା ଟ୍ୟାକ୍ସ କଲେକ୍ଟର । ଲାଞ୍ଚ ନେଇ ଧରାପଡ଼ିଲେ ରାଜଗାଙ୍ଗପୁର ପୌରପାଳିକା ଟ୍ୟାକ୍ସ କଲେକ୍ଟର ଏମ୍‌ଡି ନାସିର୍‌ । ରାଜଗାଙ୍ଗପୁର ଅଞ୍ଚଳର ଦୀପକ ଠାକୁର ନାମକ ଜଣେ ବ୍ୟକ୍ତିଙ୍କ ବାକି ଥିବା ଟିକସ କମାଇବାକୁ ଲାଞ୍ଚ ନେଲାବେଳେ ଧରିଲା ଭିଜିଲାନ୍ସ ।

ନୂଆ ହୋଲଡିଂ ନମ୍ବର ଓ ଗତ ୩ ୧ବର୍ଷର ଟ୍ୟାକ୍ସ ନବୀକରଣ ପାଇଁ ୧୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି । ସୁନ୍ଦରଗଡ ଭିଜିଲାନ୍ସ ଡିଏସପି ପ୍ରଦୀପ ପୁଜାରୀଙ୍କ ନେତୃତ୍ୱରେ ଚଢାଉ କରାଯାଇଛି । ଟ୍ରାପ୍‌ ପରେ ମହମ୍ମଦ ନାସିରଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଯାଞ୍ଚ କରୁଛି ଭିଜିଲାନ୍ସ । ଏମ.ଡି ନାରସିରଙ୍କ ବିରୋଧରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ରହିଛି ।

Leave A Reply

Your email address will not be published.