ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ, ଶ୍ୱାସରୁଦ୍ଧରୁ ହୋଇଛି ମୃତ୍ୟୁ

(କେନ୍ୟୁଜ): ଆସିଲା ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ପୋଷ୍ଟମର୍ଟମ ରିପୋର୍ଟ । ଶ୍ୱାସରୁଦ୍ଧରୁ ତାଙ୍କର ମୃତ୍ୟୁ ହୋଇଛି । ଗୁରୁଡିଝାଟିଆ ପୋଲିସର ହସ୍ତଗତ ହୋଇଛି ପୋଷ୍ଟମର୍ଟମ ରିପୋର୍ଟ । ରାଜଶ୍ରୀଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଥିବା ଜଣାପଡିଛି । ଅଧିକ ତଦନ୍ତ ଲାଗି ଭିସେରା ରିପୋର୍ଟକୁ ଅପେକ୍ଷା କରିଛି ପୋଲିସ ।

ସୂଚନା ଅନୁସାରେ ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କର ଖୁଣ୍ଟୁଣୀ ଥାନା ଗୁରୁଡ଼ିଝାଟିଆ ଜଙ୍ଗଲରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା । ଓଡ଼ିଶା ସିନିଅର ଦିନିକିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ କ୍ୟାମ୍ପରେ ଥିଲେ ରାଜଶ୍ରୀ । ଅନ୍ତିମ ୧୬ ଜଣିଆ ଦଳରେ ତାଙ୍କୁ ସୁଯୋଗ ମିଳି ନଥିଲା । ଗତ ୧୧ ତାରିଖରୁ ସେ ନିଖୋଜ ଥିଲେ । ଦୁଇ ଦିନ ପରେ ଜଙ୍ଗଲରୁ ମୃତଦେହ ଉଦ୍ଧାର ପରେ ରହସ୍ୟ ବଢ଼ିଥିଲା । ଖେଳାଳି ଚୟନରେ ପାତରଅନ୍ତର ଅଭିଯୋଗ ଆଣିବା ସହ ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଥିଲେ ରାଜଶ୍ରୀଙ୍କ ପରିବାର ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.