ପୁଣି ୨ ଦିନିଆ ରିମାଣ୍ଡରେ ରାଜୁ ମଣ୍ଡଳ, ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲା

ଭୁବନେଶ୍ୱର : ପୁଣି ରିମାଣ୍ଡରେ ଗଲା ରାଜୁ ମଣ୍ଡଳ । ଆତଙ୍କବାଦୀ ଲିଙ୍କ୍ ସିମ୍ ବକ୍ସ ମାମଲାରେ ରାଜୁ ମଣ୍ଡଳଙ୍କୁ ପୁଣି ୨ ଦିନିଆ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ । ଅଧିକ ପଚରାଉଚରା ପରେ ନୂଆ ତଥ୍ୟ ଦେଇପାରେ ରାଜୁ। NIA ଟିମ ତାକୁ ପଚରlଉଚରା କରିଛନ୍ତି । ଆମେ NIA ଟିମ ସହ ଯୋଗଯୋଗରେ ରହିଛୁ  l

ସବୁ ପ୍ରକାର ସହଯୋଗ ଯୋଗାଇ ଦିଆ ଯାଇଛି ବୋଲି ଡିସିପି ପ୍ରତୀକ ସିଂ କହିଛନ୍ତି । ମାଷ୍ଟର ମାଇଣ୍ଡ ଅସଦ୍ଦୁର ଜମନ ସମ୍ପର୍କରେ ରାଜୁଠୁ ଅଧିକ ତଥ୍ୟ ହାସଲ ହୋଇପାରେ । ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ତଦନ୍ତ ବେଳେ ଭୁବନେଶ୍ୱର, କଟକ ଓ ରାଞ୍ଚିରୁ ମିଳିଛି ତିନି ସେଟ୍ ଅପ୍ ବାକ୍ସ। ୧୭ସିମ୍ ବକ୍ସ ଏକ ହଜାରରୁ ଅଧିକ ସିମ କାର୍ଡ, ଏକାଧିକ ମୋଡେମ୍, ରାଉଟର । ପୂର୍ବରୁ ୫ ଦିନ ରିମାଣ୍ଡରେ ଆଣି ରାଜୁକୁ ମାରାଥନ ଜେରା କରାଯାଇଥିଲା।

You might also like