ସରିଲା ରାଜ୍ୟସଭା ଉପ ନିର୍ବାଚନ ଯାଞ୍ଚ ପ୍ରକ୍ରିୟା, କାଏମ ରହିଲା ଉଭୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର

ଭୁବନେଶ୍ୱର : ସରିଲା ରାଜ୍ୟସଭା ଉପ ନିର୍ବାଚନ ଯାଞ୍ଚ ପ୍ରକ୍ରିୟା । କାଏମ ରହିଲା ଉଭୟ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର । ଓଡିଶାରୁ ଦୁଇ ପ୍ରାର୍ଥୀ ନାମାଙ୍କନ କରିଥିଲେ । ମମତା ମହାନ୍ତ ବିଜେପି ପ୍ରାର୍ଥୀ ହୋଇଥିବା ବେଳେ ବିଜେପି ନେତା ଜଗନ୍ନାଥ ପ୍ରଧାନ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ କରିଛନ୍ତି । ଦୁଇ ପ୍ରାର୍ଥୀଙ୍କ ନାମାଙ୍କନ କାଏମ ରହିବା ପରେ ବଢ଼ିଲା ଦ୍ଵନ୍ଦ୍ବ। ହେବ କି ନିର୍ବାଚନ ?
୨୭ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ଏହା ଭିତରେ ସ୍ବାଧୀନ ଭାବେ ନାମାଙ୍କନ ଭରିଥିବା ଜଗନ୍ନାଥ ପ୍ରଧାନ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେବେ କି ? ସେପଟେ ବିଜେପି ଦଳର ଶୃଙ୍ଖଳାକୁ ନେଇ ପ୍ରଶ୍ନ ଉଠାଇଲା ବିଜେଡି । ଯେଉଁ ବିଧାୟକଙ୍କ ସମର୍ଥନରେ ଦ୍ବିତୀୟ ପ୍ରାର୍ଥୀ ନାମାଙ୍କନ କଲେ, ସେଥିରେ ଦଳୀୟ ସ୍ୱୀକୃତି ଥିଲା କି ?
ଯଦି ସେମାନଙ୍କୁ ଲାଗୁଛି ଯେ ଦଳୀୟ ଶୃଙ୍ଖଳା ଭଙ୍ଗ ହୋଇନି, ଆମର କିଛି କହିବାର ନାହିଁ । ହେଲେ ସେମାନେ ସ୍ପଷ୍ଟ କରନ୍ତୁ ଯେ ଦ୍ଵିତୀୟ ପ୍ରାର୍ଥୀ କଣ ପାଇଁ ? ଦ୍ଵିତୀୟ ପ୍ରାର୍ଥୀ ଓ ସମର୍ଥକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ କି ବିଜେପି ? ଯଦି ସେମାନେ ଏହା ସ୍ପଷ୍ଟ ନ କରନ୍ତି, ତାହାଲେ ଧରି ନେବୁ ଯେ ବିଜେପିରେ ବିଶ୍ୱାସ ଓ ଭରସାର ସଙ୍କଟ ଦେଖା ଦେଇଛି ।