ଏମପି ଲାଡ ଖର୍ଚ୍ଚରେ ଆଶ୍ବସ୍ତି ଆଣିଲେ ସରକାର, ରାଜ୍ୟସଭା ସାଂସଦ ପାଇବେ ୨୦ କୋଟି ଟଙ୍କା

ଭୁବନେଶ୍ୱର (କେ ନ୍ୟୁଜ ବ୍ୟୁରୋ): MP-LAD ଖର୍ଚ୍ଚରେ ଆଂଶିକ ଆଶ୍ୱସ୍ତି ଆଣିଛନ୍ତି ସରକାର । ଏଣିକି ରାଜ୍ୟସଭାର ସାଂସଦ ମାନେ ପାଇବେ ପ୍ରାୟ ୨୦ କୋଟି ଟଙ୍କା  । ପୂର୍ବ ସାଂସଦଙ୍କ ଖର୍ଚ୍ଚ ନ ହୋଇଥିବା MP-LADର ଟଙ୍କା ବର୍ତ୍ତମାନର MPଙ୍କ ମଧ୍ୟରେ ବଣ୍ଟାଯିବା ନେଇ ସ୍ଥିର କରାଯାଇଛି । ଏନେଇ ବିଜେଡି ସାଂସଦ ଅମର ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ଯୋଜନା ପ୍ରଣୟନମନ୍ତ୍ରୀ ରାଓ ଇନ୍ଦ୍ରଜିତ ସିଂହ । ରାଜ୍ୟସଭାର ପ୍ରାୟ ୨୦ କୋଟି ଟଙ୍କା ସାଂସଦ ମାନେ ପାଇବେ ।

ସେହିପରି ଲୋକସଭାର MP ମାନେ ମଧ୍ୟ ବଳକା ଟଙ୍କା ପାଇବେ । ଏହି ଟଙ୍କା ଦେବାକୁ ମୁଖ୍ୟ ସଚିବଙ୍କୁ ଅମର ପଟ୍ଟନାୟକ ଚିଠି ଲେଖିଛନ୍ତି । ସୂଚନା ଦେବା ଯୋଗ୍ୟକି, କରୋନା ମୁକାବିଲା ନେଇ ୨୦୨୦-୨୧ ଓ ୨୧-୨୨ ଆର୍ଥିକ ବର୍ଷ ପାଇଁ MPLAD ବନ୍ଦ କରିନେବା ନେଇ କେନ୍ଦ୍ର ସରକାର ଘୋଷଣା କରିଛନ୍ତି ।

Leave A Reply

Your email address will not be published.