ଭୁବନେଶ୍ୱରରେ ଚାଲିଛି ରାକେଶର ମାରାଥନ ଜେରା, ଗେଷ୍ଟ ହାଉସରେ ଡେମୋ ଦେଖଉଛି ଅଭିଯୁକ୍ତ

ଭୁବନେଶ୍ୱର(କେ ନ୍ୟୁଜ):  ଭୁବନେଶ୍ୱର ଆସିଲା ରାକେଶ । ଭୁବନେଶ୍ୱର ସ୍ଥିତ ଗେଷ୍ଟ ହାଉସରେ ପ୍ରକୃତରେ କଣ ଘଟିଥିଲା ତାହାର ଡେମୋ ଦେଖଉଛି ରାକେଶ । ୨୬ ତାରିଖ ରାତିରେ ହୋଟେଲରେ ଝରଫୁଲଙ୍କ ସହ କଣ ଘଟିଥିଲା ସେଗୁଡିକୁ ଆକ୍ସନ ଜରିଆରେ କହୁଛି ରାକେଶ । କେମିତି ଆଉ କେଉଁ କାରଣ ପାଇଁ ହୋଇଥିଲା ରମାଦେବୀ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ । ତାହା ଏବେ ବି ସନ୍ଦେହ ଘେରରେ । ଆଜି ଦ୍ୱିତୀୟ ଦିନ ରିମାଣ୍ଡରେ ଅଭିଯୁକ୍ତ ବୟଫ୍ରେଣ୍ଡ ରାକେଶକୁ ମାରାଥନ୍‌ ଜେରା କରୁଛି ପୋଲିସ । ମଧୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ କୁଆଖିଆ ଥାନାରେ ସ୍ୱତନ୍ତ୍ର ଟିମ୍‌ ପଚରାଉଚରା କରୁଛି ।

ଗତକାଲି ରାକେଶକୁ ଯାଜପୁର ପୋଲିସ ରିମାଣ୍ଡରେ ନେଇ ଝରାଫୁଲଙ୍କ ମୃତଦେହ ଫିଙ୍ଗିଥିବା ସ୍ଥାନରେ ସିନ୍‌ ରିକ୍ରିଏସନ୍‌ କରିଥିଲା । ପ୍ରଥମ ଦିନରେ ପାଞ୍ଚ ଘଣ୍ଟାର ଜେରା ବେଳେ ପୋଲିସ ରାକେଶଠାରୁ ବହୁ ଗୁରୁତ୍ୱପୂର୍ଣ୍ଣ ସୁରାକ ପାଇଛି । ଭୁବନେଶ୍ୱର ଧର୍ମବିହାର ଗେଷ୍ଟ ହାଉସର କର୍ମଚାରୀଙ୍କୁ କୁଆଖିଆ ଥାନାରେ ପୋଲିସ ପଚରାଉଚରା କରିଥିଲା। ରାକେଶ ଉପସ୍ଥିତିରେ ହୋଟେଲର ତିନି ଜଣ କର୍ମଚାରୀଙ୍କୁ ପଚରାଉଚରା କରିଛି ପୋଲିସ । ସେପଟେ ରାକେଶର ବନ୍ଧୁ ଶେଖରକୁ ଖୋଜୁଛି ପୋଲିସ ।

ଝରାଫୁଲଙ୍କ ମୋବାଇଲ ଓ ମୃତଦେହ ଫିଙ୍ଗିବାରେ ବ୍ୟବହୃତ ଗାଡ଼ିର ବି ଏ ଯାଏଁ କୌଣସି ପତ୍ତା ମିଳିନି । ରିମାଣ୍ଡରେ ଜେରା ବେଳେ ଅଭିଯୁକ୍ତ ପାଖରୁ ଗୁରୁତ୍ୱପୂର୍ଣ୍ଣ ସୁରାକ ମିଳିପାରେ ବୋଲି ଆଶା କରାଯାଉଛି । ସବୁକିଛି ନିର୍ଭର କରୁଛି ଭିସେରା ରିପୋର୍ଟ ଉପରେ । ଆଗକୁ ଅଭିଯୁକ୍ତକୁ ଭୁବନେଶ୍ୱର ଆଣି ଝରାଫୁଲ ସହ ଯେଉଁ ହୋଟେଲରେ ରହିଥିଲେ ସେଠାରେ ଖୋଳତାଡ କରିପାରେ ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.