ମୟୁରଭଞ୍ଜ : ପାଖେଇ ଆସିଲାଣି ରାକ୍ଷୀ ପୂର୍ଣ୍ଣିମା । ସେଥିପାଇଁ ଗାଁଠୁ ସହର ଚଳଚଞ୍ଚଳ । ଏହି ରାକ୍ଷୀପୂର୍ଣ୍ଣିମାରେ ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ । ଏହି ରାକ୍ଷୀକୁ ଭାଇ ଓ ଭଉଣୀ ମଧ୍ୟରେ ଥିବା ପାରସ୍ପରିକ ସ୍ନେହ ଏବଂ ବିଶ୍ୱାସର ପ୍ରତୀକ ରୂପେ ବିବେଚନା କରାଯାଏ । ଭାଇ ଓ ଭଉଣୀମାନଙ୍କର ସ୍ନେହ ଓ ପବିତ୍ର ସଂପର୍କର ତଥା ବନ୍ଧନର ପର୍ବ ଭାବେ ଏହା ଦେଶବ୍ୟାପୀ ପାଳନ କରିଥାଆନ୍ତି । ଆଉ ଏବେଠୁ ସମସ୍ତେ ରାକ୍ଷୀ ପ୍ରସ୍ତୁତିରେ ଲାଗିପଡ଼ିଲେଣି । କିଏ ଧାନ, ଚାଉଳରେ ନିଖୁଣ ଚିତ୍ରରେ ରାକ୍ଷୀ ପ୍ରସ୍ତୁତ କରି ବଜାରରେ ବିକ୍ରି କରୁଛି ତ କିଏ ଆଧୁନିକ ଡିଜାଇନ୍ରେ ରାକ୍ଷୀ ପ୍ରସ୍ତୁତ କରି ବିକ୍ରି କରୁଛନ୍ତି । ଏହାରି ସବାଇ ଘାସରେ ପ୍ରସ୍ତୁତ ରାକ୍ଷୀ ବେଶ୍ ଚର୍ଚ୍ଚା ସାଉଁଟିଛି ।
ମୟୁରଭଞ୍ଜ ଜିଲ୍ଲାର ଅଧାରୁ ଅଧିକ ଆଦିବାସୀ ନିର୍ଭର କରନ୍ତି ଚାଷ ଉପରେ । ଏବଂ ସେଥି ମଧ୍ୟରେ ମୁଖ୍ୟତଃ ସବାଇ ଚାଷ ହିଁ ପାଲଟିଛି ଚାଷୀଙ୍କ ରୋଜଗାର ପନ୍ଥା । ସବାଇ ଘାସରୁ ଦୌଡି ତିଆରି କରି ଗୁଜୁରାଣ ମେଣ୍ଟାନ୍ତି । ଜିବୀକା ନିର୍ବାହ କରୁଥିବା ଜିଲ୍ଲାବାସୀ ଏବେ ଅତ୍ୟାଧୁନିକ ସାମଗ୍ରୀ ପ୍ରସ୍ତୁତ କରି ଦେଶ ବିଦେଶରେ ଚାହିଦା ମେଣ୍ଟାଇବାକୁ ସକ୍ଷମ ହୋଇଛନ୍ତି । ସବାଇ ଦୌଡିରୁ ରାକ୍ଷୀ ପ୍ରସ୍ତୁତ କରି ରାଜ୍ୟର ୧୦ଟି ଜିଲ୍ଲା ସମେତ ରାଜ୍ୟ ବାହରେ ବିକ୍ରୀ କରି ଅଧିକ ଲାଭବାନ ହେଉଛନ୍ତି ଛାଷୀ । ଏପରିକି ବିଦେଶରେ ମଧ୍ୟ ଏହି ସବାଇ ରାକ୍ଷୀ ପଠାଯିବାକୁ ବ୍ୟବସ୍ଥା କରିଛି ପ୍ରଶାସନ । ଖାଲି ଏତିକି ନୁହେଁ ମହା ମହିମ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ ଏଠି ପ୍ରସ୍ତୁତ ହେଉଛି ସବାଇ ଘାସ ରାକ୍ଷୀ ।
ମାତ୍ର ଏହି ସବାଇରୁ ଯେ ବିଭିନ୍ନ ଆକର୍ଷଣୀୟ ସରଞ୍ଜାମ ତିଆରି କରି ବଜାରରେ ବିକ୍ରି କରି ଅଧିକ ଲାଭବାନ ହେଇ ହେବ ତାହା ପ୍ରମାଣ କରିବା ସହ ଚାଷୀଙ୍କୁ ତାଲିମ ଦେବା ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ । ଏପରିକି ଭୁବନେଶ୍ଵରର ନିଫ୍ଟ ଓ ଅମଦାବାଦ୍ର ଏନ୍ଆଇଟି ପକ୍ଷରୁ ତାଲିମ ପ୍ରଦାନ କରି ଆଧୁନିକ ଶୈଳୀର ଡିଜାଇନରେ ପ୍ରସ୍ତୁତ କରାଯାଇଛି ସବାଇ ଘାସର ବିଭିନ୍ନ ସରଞ୍ଜାମ । ପ୍ରଶାସନ ପକ୍ଷରୁ ବାରିପଦା ଓ ଭୁବନେଶ୍ଵର ଠାରେ ସ୍ଵତନ୍ତ୍ର ଷ୍ଟଲ କରି ବିକ୍ରୀ କରାଯାଉଛି ସବାଇ ଶିଳ୍ପୀଙ୍କ ଦ୍ଵାରା ପ୍ରସ୍ତୁତ ଏହି ରାକ୍ଷୀ । ଏପରିକି ମହାମହିମ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟ ରାକ୍ଷୀ ପ୍ରସ୍ତୁତିରେ ଶିଳ୍ପୀ ମାନେ ।
କେବଳ ଆମ ରାଜ୍ୟ ନୁହେଁ ରାଜଧାନୀ ଦିଲ୍ଲୀରେ ମଧ୍ୟ ବହୁଳ ଭାବେ ଦେଖାଦେଇଛି ଏହି ସବାଇ ଶିଳ୍ଫୀଙ୍କ ରାକ୍ଷୀ । କେବଳ ଦିଲ୍ଲୀରୁ ୩୦୦୦ ରାକ୍ଷୀର ଅର୍ଡର ପାଇ ଶିଳ୍ପୀ ମାନେ ରାକ୍ଷୀ ପ୍ରସ୍ତୁତରେ ବ୍ୟସ୍ତ । ଦେଖନ୍ତୁ କିଭଳି ଘସକୁ ଘାସ ଯୋଡି ପ୍ରସ୍ତୁତ କରୁଛନ୍ତି ଆକାର୍ଷଣୀୟ ରାକ୍ଷୀ । ସେଥିପାଇଁ ସ୍ଵତନ୍ତ୍ର ତାଲିମ ନେଇ ହୋଇଛନ୍ତି ପ୍ରସ୍ତୁତ । କେବଳ ଏତିକି ନୁହଁ ରାଜ୍ୟର ୧୦ ଜିଲ୍ଲାକୁ ମଧ୍ୟ ପଠାଯାଇଛି ଏହି ସବାଇ ଘାସରୁ ପ୍ରସ୍ତୁତ ରାକ୍ଷୀ । ପ୍ରଶାସନ ପକ୍ଷରୁ ବାରିପଦା ଓ ଭୁବନେଶ୍ଵର ଠାରେ ସ୍ଵତନ୍ତ୍ର ଷ୍ଟଲ କରି ବିକ୍ରୀ କରାଯାଉଛି ଏହି ରାକ୍ଷୀ । ଏହି ସବାଇ ଘାସର ଅତ୍ୟାଧୁନ୍ଖଳ ସାମଗ୍ରୀ ପ୍ରସ୍ତୁତ ପରେ ରୋଜଗାରରେ ବୃଦ୍ଧି ହେବା ସହ ଦେଶର ବିଭିନ୍ନ ସ୍ଥାନକୁ ଯାଇ ସବାଇ ପ୍ରୋଡାକ୍ଟର ମୂଲ୍ୟ ପାଇବାକୁ ସକ୍ଷମ ହୋଇଛନ୍ତି ଚାଷୀ । ଏପରିକି ଚାଷୀରୁ ଏବେ ଶିଳ୍ପୀ ବନିଛନ୍ତି ସ୍ଥାନୀୟ ବାସିନ୍ଦା । ପୂର୍ବରୁ କେବଳ ଦୌଡି ତିଆରି କରି ଯେଉଁ ଚାଷୀ ମାସକୁ ୧୫ଶହ ଟଙ୍କା ରୋଜଗାର କରିବାକୁ ସକ୍ଷମ ହେଉଥିଲା ସେ ଏବେ ଏହି ଅତ୍ୟାଧୁନିକ ସାମଗ୍ରୀ ବିକ୍ରି କରି ମାସକୁ ୭ ହଜାରରୁ ୮ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାରକ୍ଷମ ହୋଇ ପାରିଛନ୍ତି । ପ୍ରଥମ ଥର ପାଇଁ ମୟୁରଭଞ୍ଜ ଜିଲ୍ଲାର ସବାଇ କ୍ରାଫ୍ଟକୁ ଏକ୍ସପୋର୍ଟ ଲାଇସେନ୍ସ ମିଳିଥିବା ବେଳେ ଏବେ ରାକ୍ଷୀ ରପ୍ତାନୀ କରିବାକୁ ପ୍ରସ୍ତୁତ ଏହି ମୟୁରଭଞ୍ଜ ଜିଲ୍ଲାର ସବାଇ ଶିଳ୍ପୀ ମାନେ ।