ବାଲୁକାକଳାରେ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା, ଦେଖିବାକୁ ବେଳାଭୂମିରେ ପ୍ରବଳ ପର୍ଯ୍ୟଟକଙ୍କ ଭିଡ

ପୁରୀ : ବାଲୁକାକଳାରେ ରାକ୍ଷୀ ପୂର୍ଣ୍ଣିମାର ଶୁଭେଚ୍ଛା । ପବିତ୍ର ରକ୍ଷା ବନ୍ଧନ ଉପଲକ୍ଷେ ପୁରୀର ସ୍ୱର୍ଣ୍ନାଭ ବେଳାଭୂମିରେ ବିଶାଳ ରାକ୍ଷୀ ମଧ୍ୟରେ ମହାପ୍ରଭୁଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିଛନ୍ତି ପ୍ରଖ୍ୟାତ ବାଲୁକାଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ସୁଦର୍ଶନ ପୁରୀ ବେଳାଭୂମିରେ ପଦ୍ମଫୁଲ ମଧ୍ୟରେ ମହାପ୍ରଭୁଙ୍କ ମୁଖମଣ୍ଡଳ ଗଢି ରାକ୍ଷୀର ରୂପରେଖ ଦେଇଛନ୍ତି । ଏଥିସହ ପବିତ୍ର ରକ୍ଷା ବନ୍ଧନର ଶୁଭେଚ୍ଛା ଦେବାସହ JAY JAGANNATH ବୋଲି ବାଲୁକାକଳାରେ ଲେଖିଛନ୍ତି ସୁଦର୍ଶନ।

କେବଳ ଏତିକି ନୁହେଁ ପ୍ରଧାନମନ୍ତ୍ରୀଙ୍କ ଲୋକାଲ୍ ଫର୍ ଭୋକାଲ୍ର ବାର୍ତ୍ତା ଦେଇ ସ୍ୱଦେଶୀକୁ ଆପଣାଅ ବୋଲି ସୁଦର୍ଶନ କହିଛନ୍ତି । ଏହା ସହ ୬ ଫୁଟ ଉଚ୍ଚତାରେ ହୋଇଛି ଏହି ବାଲୁକାକଳା । ତେବେ ସୁଦର୍ଶନଙ୍କ ଦ୍ୱାରା ନିର୍ମିତ ଏହି ସୁନ୍ଦର ଆକର୍ଷଣୀୟ ବାଲୁକାକଳାକୁ ଦେଖିବାକୁ ପୁରୀ ବେଳାଭୂମିରେ ପ୍ରବଳ ପର୍ଯ୍ୟଟକଙ୍କ ଭିଡ ପରିଲକ୍ଷିତ ହୋଇଛି । ଏନେଇ ଭୁବନେଶ୍ୱର IITTMର ଛାତ୍ରଛାତ୍ରୀ ମାନେ ସୁଦର୍ଶନଙ୍କ ବେଶ୍ ପ୍ରଶଂସା କରିଛନ୍ତି ।

 

Also read :ମୋଦି ସରକାରଙ୍କୁ ବାଲୁକାକଳାରେ ଶୁଭେଚ୍ଛା ଜଣାଇଲେ ସୁଦର୍ଶନ, ମୋଦି ସରକାରଙ୍କ ୧୧ବର୍ଷ ପୂର୍ତ୍ତି