ଜୟପୁର : ଥାଲାସେମିଆ ରୋଗୀଙ୍କୁ ରକ୍ତଦାନ ପାଇଁ AKS ଗ୍ରୁପର ଅଭିନବ ପ୍ରୟାସ ’ରକ୍ତପୋଷ୍ୟ’

ଜୟପୁର : ରକ୍ତପୋଷ୍ୟ ଏ ଶବ୍ଦଟି ସମସ୍ତଙ୍କୁ ଟିକେ ଅଲଗା ଲାଗୁଥିବ ନିଶ୍ଚୟ । ଜୟପୁର ସହରର କିଛି ଯୁବଗୋଷ୍ଠି ଆରମ୍ଭ କରିଛନ୍ତି ଏଭଳି ଉଦ୍ୟମ । ପ୍ରଥମେ ରକ୍ତଦାନ ଆଉ ତା ପରେ ରକ୍ତପୋଷ୍ୟ ଅର୍ଥାତ ଥାଲାସେମିଆ ଓ ସିକିଲିନ ଭଳି ରୋଗୀଙ୍କୁ ନିୟମିତଭାବେ ରକ୍ତ ଆବଶ୍ୟକ ପଡୁଥିବା ବେଳେ ଏହି ରୋଗୀଙ୍କୁ ରକ୍ତ ପ୍ରଦାନ ମୂଳ ଉଦେଶ୍ୟ । ତେବେ ନିର୍ଦ୍ଧିଷ୍ଟ ଗୋଟିଏ ଗ୍ରୁପୁର ବ୍ଲଡ଼ ପ୍ରତି ମାସରେ ଆବଶ୍ୟକ ହେଉଥିବା ବେଳେ ରକ୍ତପୋଷ୍ୟ ନାମରେ ଗ୍ରୁପ କରି ସେହି ରୋଗୀଙ୍କୁ ରକ୍ତପୋଷ୍ୟ ରୂପରେ ଗ୍ରହଣ କରି ରକ୍ତଦାନ କରିଛନ୍ତି ଇକଝ ଗ୍ରୁପର ସଦସ୍ୟ । ତୃତୀୟ ପର୍ୟ୍ୟାୟରେ ୧୨ ଜଣ ବ୍ୟକ୍ତି ରୋଗୀଙ୍କୁ ରକ୍ତଦାନ କରିବାକୁ ଆଗେଇ ଆସିଛନ୍ତି । ଏଭଳି ଭାବେ ତିନିଜଣ ଶିଶୁଙ୍କୁ ରକ୍ତପୋଷ୍ୟ ରୂପେ ଗ୍ରହଣ କରାଯାଇଛି । ତେବେ ଆଗାମୀ ଦିନରେ ଏଭଳି ପ୍ରଚେଷ୍ଟା ଜାରି ରହିବା ସହ ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତି ବୁଦ୍ଧିଜୀବୀ ।