ଗୋପ (କେନ୍ୟୁଜ୍) : ମାସେ ହେଲା ଶ୍ରୀଲଙ୍କାରେ ପଡି ରହିଛି ମୃତଦେହ । ପୁରୀ ଗୋପ ବ୍ଲକ ଅର୍ନ୍ତଗତ କାହ୍ନପୁର ଗାଁର ରାମଚନ୍ଦ୍ର ବେହେରା ୨୦୧୬ ମସିହାରେ ଶ୍ରୀଲଙ୍କାକୁ ଦାଦନ ଖଟିବାକୁ ଯାଇଥିଲେ । ଦୁଇବର୍ଷ ମଧ୍ୟରେ ରାମଚନ୍ଦ୍ର ମାତ୍ର ଦୁଇଥର ଘରକୁ ଆସିଥିଲେ । ଗତ ଅକ୍ଟୋବର ୧୦ତାରିଖରେ ତାଙ୍କ ଘରକୁ ଫୋନ ଆସିଥିଲା ଯେ, ରାମଚନ୍ଦ୍ରଙ୍କର ମୃତ୍ୟୁ ଘଟିଛି । ରାମଚନ୍ଦ୍ରଙ୍କ ପରିବାର କହିଲେ ତାଙ୍କ ପତ୍ନୀ, ଗୋଟିଏ ଝିଅ ଓ ଗୋଟିଏ ପୁଅ । ଅର୍ଥ ଅଭାବରୁ ପରିବାର ଲୋକେ ତାଙ୍କ ମୃତଦେହ ଆଣିପାରୁ ନାହାନ୍ତି । ଅନ୍ୟପଟେ କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ରାମଚନ୍ଦ୍ରଙ୍କ ମୃତଦେହ ପଠାଉନାହାନ୍ତି । ଏନେଇ ତାଙ୍କ ପରିବାର ପକ୍ଷରୁ ରାମଚଣ୍ଡି ଥାନା, ଜିଲ୍ଲା ଶ୍ରମ ବିଭାଗ ଓ ରାଜ୍ୟ ଶ୍ରମ କମିଶନଙ୍କୁ ଜଣାଇଥିଲେ ମଧ୍ୟ କେହି ଶୁଣୁନଥିବା ଅଭିଯୋଗ ହୋଇଛି । ରାମଚନ୍ଦ୍ରଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ସ୍ତ୍ରୀ ଅଭିଯୋଗ କରିବା ସହ ତୁରନ୍ତ ତାଙ୍କ ମୃତଦେହ ଫେରାଇ ଆଣିବାକୁ ଦାବି କରିଛନ୍ତି ।