କଳାହାଣ୍ଡି: ପ୍ରିନ୍ସପାଲ ରମେଶ ଚନ୍ଦ୍ର ସାହୁଙ୍କର ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ

ଭୁବନେଶ୍ବର(କେନ୍ଯୁଜ୍): କୋଟିପତି କଲେଜ ପ୍ରିନ୍ସିପାଲ । ଭିଜିଲାନ୍ସ ଜାଲରେ ପଡ଼ିଥିବା କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ହୀରାନୀଳା କଲେଜ ପ୍ରିନ୍ସିପାଲ ରମେଶ ଚନ୍ଦ୍ର ସାହୁଙ୍କର ୫ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ ହୋଇଛି । ୫ କୋଟିର ସମ୍ପତ୍ତି ଆକଳନ କରଯାଇଛି ।
ଏହା ଭିତରେ ରହିଛି ୩ଟି କ୍ରସର ୟୁନିଟ୍, ଦୁଇଟି ଜେସିବି, ଚାରିଟି ଟିପର୍ । ଦୁଇଟି ଏସୟୁଭି ଗାଡ଼ି, ୪ଟି ଦୁଇ ଚକିଆ ଯାନ ଥିବା ଜଣାପଡିଛି । ରେଡ୍ ବେଳେ ରମେଶ ସାହୁଙ୍କର ଭୁବନେଶ୍ୱର ବାସଭବନରୁ ନଗଦ ୧ଲକ୍ଷ ୯୪ହଜାର ଟଙ୍କା ମିଳିଥିଲା । ଆଜି ବିଶ୍ୱନାଥପୁର କଲେଜର ଅଫିସ୍ ସମେତ ଡୁମଡୁମା, ହାଉସିଂବୋର୍ଡ କଲୋନୀରେ ଥିବା ବାସ ଭବନ, ବିଶ୍ୱନାଥପୁରରେ ଥିବା ପୈତୃକ ଘର, ଖୋର୍ଦ୍ଧାରେ ଥିବା କ୍ରସର ଓ ବିଶ୍ୱନାଥପୁରରେ ଥିବା କ୍ରସରେ ଚଢଉ କରିଛି ଭିଜିଲାନ୍ସ ଟିମ୍ । ଏବେ ବି ସମ୍ପତ୍ତିର ଆକଳନ ଚାଲିଛି ।