ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ, ୭୬ବର୍ଷ ବୟସରେ ଏମ୍‌ଏ ପାସ୍‌ କଲେ ସୁବର୍ଣ୍ଣପୁରର ରମେଶ ପ୍ରସାଦ ନାୟକ

ସୋନପୁର(କେନ୍ୟୁଜ୍):  ୭୬ବର୍ଷ ବୟସରେ ଏମ୍‌ଏ ପାସ୍‌। ଦୃଢ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ । ଏହା କରି ଦେଖାଇଛନ୍ତି ସୁବର୍ଣ୍ଣପୁରର ରମେଶ ପ୍ରସାଦ ନାୟକ । ସବୁ କାମରେ ବୟସ ଯେ ପ୍ରତିବନ୍ଧକ ନୁହେଁ, ତାହା ପ୍ରମାଣ କରିଦେଖାଇଛନ୍ତି ସୁବର୍ଣ୍ଣପୁର ଜିଲ୍ଲାର ରମେଶ ପ୍ରସାଦ ନାୟକ । ସୋନପୁର ସହର ଶାନ୍ତିନଗର ପଡାରେ ରହୁଥିବା ରମେଶ ପ୍ରସାଦ ନାୟକ ୩୨ବର୍ଷ ଯାଏ ଗୋଟିଏ ହାଇସ୍କୁଲରେ ଶିକ୍ଷକତା ପରେ ୨୦୦୨ରୁ ଅବସର ନେଇସାରିଛନ୍ତି। ପଢିବା ଏବଂ ପଢାଇବା ହେଉଛି ତାଙ୍କର ନିଶା।

ma pass1

ଅବସର ପରଠାରୁ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷାଦାନ କରିଆସୁଛନ୍ତି। ବିଭିନ୍ନ ସାମାଜିକ ଏବଂ ସାଂସ୍କୃତିକ ସଂଗଠନ ସହ ଜଡିତ ହୋଇ ବିଭିନ୍ନ କାର୍ଯ୍ୟକ୍ରମ କରୁଛନ୍ତି। ତାରି ଭିତରେ ପାଠ ପଢିବାକୁ ସେ ଭୁଲି ନାହାନ୍ତି। ଓଡିଆ ସାହିତ୍ୟ ପ୍ରତି ତାଙ୍କ ରହିଥିବା ପ୍ରବଳ ରୁଚି ଯୋଗୁ ସେ ଓଡିଆରେ ସ୍ନାତକୋତର କରିବାକୁ ମନସ୍ତ କରିଥିଲେ । ଆଉ ଏବେ ତାହା ସମ୍ଭବ ହୋଇପାରିଛି। ସମ୍ବଲପୁର ବିଶ୍ୱ ବିଦ୍ୟାଳୟ ପକ୍ଷରୁ ଗତ ଦୁଇଦିନ ତଳେ ପ୍ରକାଶିତ ସ୍ନାତକୋତ୍ତର ପରୀକ୍ଷାରେ ସେ ପାସ କରିଛନ୍ତି । ୭୬ବର୍ଷ ବୟସରେ ତାଙ୍କର ଏହି ସଫଳତା ପାଇଁ ପରିବାର ଲୋକ ବେଶ ଖୁସି । ଜ୍ଞାନ ଆହରଣ ପାଇଁ ଯୁବପିଢି ପାଠପଢା ପ୍ରତି ରୁଚି ରଖିବା ଦରକାର ବୋଲି ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.