ବାରମ୍ବାର ଫସଲ ନଷ୍ଟ କଲା ହାତୀ, କେହି ଶୁଣିଲେନି, ଶେଷରେ ବର୍ଷାରେ ରେଞ୍ଜ ଅଫିସରଙ୍କୁ ୨କିମି ବାଟ ଚଲାଇଲେ ଗ୍ରାମବାସୀ

କରଞ୍ଜିଆ (କେନ୍ଯୁଜ୍): ବାରମ୍ବାର ଫସଲ ନଷ୍ଟ କଲା ହାତୀ। ଘଉଡ଼ାଇବାକୁ ବନବିଭାଗକୁ କଲେ ନିବେଦନ। ହେଲେ କେହି ଶୁଣିଲେଣି। ଶେଷରେ ଅଭିନବ ପନ୍ଥା ଆପଣାଇଲେ ଗ୍ରାମବାସୀ। ବର୍ଷାରେ ରେଞ୍ଜ ଅଫିସରଙ୍କୁ ୨କିମି ବାଟ ଚଲାଇଲେ ଗ୍ରାମବାସୀ। କରଞ୍ଜିଆ ବନଖଣ୍ଡ ଦୁଧିଆଣି ରେଞ୍ଜରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଦୁଧିଆଣି ରେଞ୍ଜରେ ଗତ କିଛି ଦିନ ଧରି ୨୫ଟିକିଆ ହାତୀ ପଲ ଉତ୍ପାଦରେ ହନ୍ତସନ୍ତ ଗିଧିବାସ ଗ୍ରାମବାସୀ।

ଫସଲ ନଷ୍ଟ ହେଉଥିବାରୁ ହାତୀଙ୍କୁ ଘଉଡ଼ାଇବାକୁ ବନବିଭାଗକୁ ଗୁହାରି ଜଣାଇଥିଲେ। ହେଲେ କିଛି କାର୍ଯ୍ୟାନୁଷ୍ଠାନ ନହେବାକୁ ଦୁଧିଆଣି ରେଞ୍ଜରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଗ୍ରାମବାସୀ। ରେଞ୍ଜ ଅଫିସର ପ୍ରଦୀପ ମୁୁର୍ମୁଙ୍କୁ ୨କିମି ବାଟ ବର୍ଷାରେ ଚଲାଇ ଚଲାଇ ନେଇ ହାତୀ ଦ୍ୱାରା କ୍ଷୟକ୍ଷତି ହୋଇଥିବା ସ୍ଥାନକୁ ଦେଖାଇଥିଲେ। ଏହି ଘଟଣା ଏବେ ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.