ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣାରେ ବାଇକ୍‌ ଆରୋହୀ ମୃତ

କେନ୍ୟୁଜ୍ : ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ କାର୍‌ ଦୁର୍ଘଟଣା । ଜଣେ ବାଇକ୍‌ ଆରୋହୀଙ୍କ ସହ ତାଙ୍କ କାର୍‌ ଦୁର୍ଘଟଣା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ବାଇକ୍‌ ଆରୋହୀଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି ।

ଗତକାଲି ରାତିରେ କଟକ ଜିଲ୍ଲା ଆଠଗଡ଼-ମୁଣ୍ଡଳୀ ରାସ୍ତାର ମେଘା ଜଙ୍ଗଲ ନିକଟରେ ବାଇକ ସହ ରାଣୀ ପଣ୍ଡାଙ୍କର କାର୍‌ର ମୁହାଁମୁହିଁ ଧକ୍କା ହୋଇଥିଲା । କାର ଭିତରେ ରାଣୀ ପଣ୍ଡାଙ୍କ ସହ ତାଙ୍କର ଜଣେ ମହିଳା ଓ ପୁରୁଷ ବନ୍ଧୁ ଥିଲେ ।

ଆଠଗଡ଼ ଥାନା ପୋଲିସ ରାଣୀ ପଣ୍ଡା ଓ ତାଙ୍କ ବନ୍ଧୁଙ୍କୁୁ ଅଟକ ରଖିଛି । ସାତମାଇଲି ନିକଟରେ ଯାତ୍ରା ପରିବେଷଣ ପାଇଁ ଯାଉଥିବା ବେଳେ ତାଙ୍କ କାର୍‌ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.