କଂଗ୍ରେସ୍ ସାଂସଦ ରଞ୍ଜୀବ ବିଶ୍ବାଳଙ୍କୁ ନୂଆ ଦାୟିତ୍ବ,ରାଷ୍ଟ୍ରୀୟ ମୁଖପାତ୍ର ନିଯୁକ୍ତ କଲେ ରାହୁଲ ଗାନ୍ଧି

ଭୁବନେଶ୍ବର : କଂଗ୍ରେସ୍ ସାଂସଦ ରଞ୍ଜୀବ ବିଶ୍ବାଳଙ୍କୁ ନୂଆ ଦାୟିତ୍ବ । କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି ରଞ୍ଜୀବ । ଏହି ନିଷ୍ପତ୍ତିରେ ମୋହର ମାରିଛନ୍ତି ରାହୁଲ୍ ଗାନ୍ଧୀ ।
୨୦୧୪ରୁ ରାଜ୍ୟସଭାର ସାଂସଦ ଅଛନ୍ତି ରଞ୍ଜୀବ । ସେ କୋଇଲା ଓ ଶିଳ୍ପର ଷ୍ଟାଣ୍ଡିଂ କମିଟିର ସଦସ୍ୟ ମଧ୍ୟ ଅଛନ୍ତି। ଏହା ପୂର୍ବରୁ ସେ ଇଣ୍ଡିଆନ ପ୍ରିମିୟର ଲିଗର ପୂର୍ବତନ ଅଧ୍ୟକ୍ଷ ଥିଲେ। ସେ ଘରୋଇ କ୍ରିକେଟ୍ ଖେଳିବା ସହିତ ୧୯ ବର୍ଷରୁ କମ କ୍ରିକେଟ୍ ଦଳର ପ୍ରତିନିଧିତ୍ଵ ମଧ୍ୟ କରିଥିଲେ। ୧୯୯୭ରେ ଘରୋଇ କ୍ରିକେଟରୁ ଅବସର ନେଇଥିଲେ ରଞ୍ଜୀବ । ଏହା ପରେ ୨୦୦୫ରେ ସେ ଜାତୀୟ ଚୟନକର୍ତ୍ତାରେ ଇଷ୍ଟ ଜୋନରୁ ପ୍ରତିନିଧିତ୍ଵ କରିଥିଲେ। ସେ ୨୦୧୧ ବିଶ୍ଵ କପ ବିଜୟୀ ଓ ୨୦୧୩ ଚାମ୍ପିଅନ୍ସ ଟ୍ରଫି ଭାରତୀୟ ଦଳର ମ୍ୟାନେଜର ଥିଲେ। ୨୦୧୩ରୁ ୨୦୧୫ ପର୍ୟ୍ୟନ୍ତ ଆଇପିଏଲର ଚେୟାରମ୍ୟାନ ଥିଲେ ରଞ୍ଜୀବ ବିଶ୍ବାଳ ।